ପୁଣି ବିଜେପି ଟାର୍ଗେଟରେ ରାଜ୍ୟ ମନ୍ତ୍ରୀ : ଢେଙ୍କାନାଳ ଗସ୍ତ ବେଳେ ଖଣି ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

19

କନକ ବ୍ୟୁରୋ : ପୁଣି ବିଜେପି ଟାର୍ଗେଟରେ ରାଜ୍ୟ ମନ୍ତ୍ରୀ । ଢେଙ୍କାନାଳ ଗସ୍ତ ବେଳେ ଖଣି ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ପ୍ରଫୁଲ୍ଲ ମଲ୍ଲିକ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିଜେପି ବିରୋଧ କରିଛି । ଢେଙ୍କାନାଳରେ ମହାନଦୀ ପ୍ରସଙ୍ଗରେ ଆଜି ବିଜେଡିର ସମାବେଶ ରହିଛି । ସମାବେଶ ପୂର୍ବରୁ ରାଲିକୁ ଯାଉଥିବା ବେଳେ ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରାଯିବା ସହ କଳାପତାକା ଦେଖାଇଛି ବିଜେପି । ପୁଲିସ ୬୦ରୁ ଅଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି ।