ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଢେଲାମାଡ ଘଟଣା : ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ବିଜେପି

16

ବରଗଡ : ବରଗଡରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡିକୁ ବିଜେଡି କର୍ମୀଙ୍କ ଆକ୍ରମଣ ଘଟଣାକୁ ନେଇ ପ୍ରତିକ୍ରିୟା ଦେଖାଦେଇଛି । ରାଜ୍ୟର ବିଭିିନ୍ନ ସ୍ଥାନରେ ପ୍ରତିବାଦ କରିଛି ବିଜେପି । ରାଜଧାନୀ ଭୁବନେଶ୍ୱରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ସହ ରାସ୍ତା ଅବରୋଧ କରାଯାଇଛି । ଏହା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି କର୍ମୀ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରିଛନ୍ତି । ସେପଟେ କଟକ, ଭଦ୍ରକ, ସୁନ୍ଦରଗଡ ଓ ବଲାଙ୍ଗିରରେ ମଧ୍ୟ ବିଜେପି କର୍ମୀ ବିଜେଡିର ଏଭଳି ଦାଦାଗିରି ଓ ଅସୌଜନ୍ୟ ବ୍ୟବହାରର ବିରୋଧ କରିଛନ୍ତି ।

ଏହା ସହ ଅସହିଷ୍ଣୁ ପାଲଟିଲା ବିଜେଡି : ଭାଙ୍ଗିଲା କେନ୍ଦ୍ରମନ୍ତ୍ରୀଙ୍କ ଗାଡି