ବିଜେପିର ବିକ୍ଷୋଭ ବେଳେ ବିଜେଡି କର୍ମୀଙ୍କ ଆକ୍ରମଣର ପ୍ରତିବାଦ ! ରାମମନ୍ଦିର ଛକରେ ବିଜେପି କର୍ମୀଙ୍କ ବିରୋଧ ପ୍ରଦର୍ଶନ

25

କନକ ବ୍ୟୁରୋ: ଜଗତସିଂହପୁର ଓ ସାଲେପୁରରେ ବିଜେପିର ବିକ୍ଷୋଭ ବେଳେ ବିଜେଡି କର୍ମୀଙ୍କ ଆକ୍ରମଣର ପ୍ରତିବାଦ । ଭୁବନେଶ୍ୱର ରାମମନ୍ଦିର ଛକରେ ବିଜେପି କର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଆଇନ୍ ମନ୍ତ୍ରୀଙ୍କୁ ବିରୋଧ କରି ସାରା ରାଜ୍ୟରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ରାମମନ୍ଦିର ଆଗରେ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନା ଆଇନ୍ ଉଲଂଘନ କରି ଭୁଲ ସତ୍ୟପାଠ କରିଛନ୍ତି । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛି ବିଜେପି । ଗତକାଲି ସାଲେପୁର ଓ ଜଗତସିଂହପୁରରେ ବିଜେପିର ବିରୋଧ ବେଳେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –