କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣ ଘଟଣାର ତାତି : ରାଜ୍ୟ ସରକାରଙ୍କ ବିରୋଧରେ ରାଜଭବନ ଆଗରେ ବିଜେପିର ବିକ୍ଷୋଭ ଓ ପ୍ରତିବାଦ ସଭା

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାରେ ଆଜି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେପି । ଗତ ୨୯ ତାରିଖରେ ରାଜ୍ୟବ୍ୟାପୀ ବ୍ଲକ୍ ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ରାଜଧାନୀରେ ଘଟଣାର ପ୍ରତିବାଦ କରୁଛି ବିଜେପି । ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା ପାଇଁ ବିଜେଡି ଚକ୍ରାନ୍ତ କରିଥିବା ଅଭିଯୋଗ କରିଥିବା ବେଳେ ରାଜଭବନ ଆଗରେ ଏହାର ପ୍ରତିବାଦ କରୁଛି ବିଜେପି । ବିଜେଡି ଜାଣିଶୁଣି ଏଭଳି ଏକ ଘଟଣା ଘଟାଇଥିଲା ବୋଲି ବିଜେପି ଅଭିଯୋଗ କରିଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଆକ୍ରମଣ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୬୦ ଦିନ ମଧ୍ୟରେ ତଦନ୍ତ କରି ଆରଡିସି ରିପୋର୍ଟ ଦେବେ ବୋଲି ନବୀନ ଘୋଷଣା କରିଛନ୍ତି । ସେପଟେ ଆରଡିସି ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି ।