କୁନ୍ଦୁଲି ଘଟଣାକୁ ନେଇ ରାଜରାସ୍ତାରେ ବିଜେପି । ମହିଳା ମୋର୍ଚ୍ଚା ପକ୍ଷରୁ ବିଜେଡି ସରକାରଙ୍କ କୋକେଇ ଶୋଭାଯାତ୍ରା କରି ପ୍ରତିବାଦ ।

55

କନକ ବ୍ୟୁରୋ : ଓଡିଶାରେ ନାରୀ ସୁରକ୍ଷିତ ନୁହେଁ । ଏଠାରେ ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଦୁଷର୍ମର ଶିକାର ହେଉଛନ୍ତି । କୁନ୍ଦଲି ନାବାଳିକା ମୃତ୍ୟୁ ତଥା ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚା ତରଫରୁ ଆରମ୍ଭ ହୋଇଛି ନବୀନ ସରକାରର କୋକେଇ ଶୋଭାଯାତ୍ର।। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ସଚିବାଳୟ ଅଭିମୁଖେ ବାହାରିଥିଲା ଶୋଭାଯାତ୍ରା ।

ରାଜ୍ୟ ବିଜେପି ମହିଳା ମୋର୍ଚା ସଭାନେତ୍ରୀ ପ୍ରଭାତି ପରିଡାଙ୍କ ନେତ୍ୃତରେ ଶତାଧିକ ମହିଲା ବିରାଟ ପଟୁଆରରେ ବାହାରିଥିଲେ । ନବୀନ ସରକାରର ସ୍ଥାଣୁତା ତଥା ବିଧି,ବ୍ୟବସ୍ଥାର ଆଳ ଦେଖାଇ ନ୍ୟାୟିକ ବ୍ୟବସ୍ଥାକୁ ବିଜେଡି ସରକାର ପରିଚାଳିତ କରୁଥିବା କହି ନିନ୍ଦା କରିଥିଲେ ପ୍ରଭାତି ପରିଡା । ଓଡିଆ ଘରର ପାରମ୍ପାରିକ ରୀତିନୀତି ଅନୁସାରେ କୋକେଇ କରି , ଧଳା ଲୁଗା ପିନ୍ଧିଥିଲେ ମହିଳା ବିଜେପି କର୍ମୀ । ହାତରେ ମୁଖାଗ୍ନ୍ି ପାଇଁ ଥିଲା ନଡା, ମାଟି ହାଣ୍ଡି ଧରି ନବୀନ ସରାକାର ବିରୋଧରେ ବିଭିନ୍ନ ନାରାବାଜି ଦେଇଥିଲେ ।

ଓଡିଶାରେ ପ୍ରତିଦିନ ଦୁଷ୍କର୍ମ ହେଉଛି । ପୀଡିତାଙ୍କ ପରିବାର ପୀଡା ପାଉଥିବା ବେଳେ ଦୁଷ୍କର୍ମକାରୀ ରାଜରାସ୍ତାରେ ବୁଲୁଛନ୍ତି । କେତେଦିନ ଆଉ ନବୀନ ସରକାର ଏଭଳି ମହିଳାଙ୍କୁ ଠକି ଚାଲିଥିବେ । ତେଣୁ ଆମେ ଭାବୁଛୁ ନବୀନ ସରକାରର ମୃତ୍ୟୁ ହେଲଣି । ତ୍ରା ଶାସନରେ ରହିବାର ତିଳେମାତ୍ର ଅଧିକାର ନାହିଁ ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚାର ସଭାନେତ୍ରୀ ପ୍ରଭାତି ପରିଡା ।

ଏ ରାଜ୍ୟରେ ମହିଳା ସୁରକ୍ଷିତ ନୁହେଁ । ଆଜି ବି ବାଣପୁରରେ ଜଣେ ମହିଳା ଆତ୍ୁହତ୍ୟା କରିଛନ୍ତି । କେଉଁଠି ନା କେଉଁଠି ରାଜ୍ୟର କୋଣ ଅନୁକୋଣରେ ଏଭଳି ଘଟଣା ଦେଖିବାକୁ ମିଳୁଛି । ନବୀନ ବାବୁ ସ୍ପଷ୍ଟୀକରଣ ଦିଅନ୍ତୁ କେବେ ମହିଳାଙ୍କୁ ସୁରକ୍ଷା ଯୋଗାଇବେ ତାର ତ୍ର ରଖନ୍ତୁ କହି ସମାଲୋଚନା କରିଥିଲା ବିଜେପି ।

ଶତାଧିକ ମହିଳାଙ୍କ ଶୋଭାଯାତ୍ରାରେ କୋକେଇକୁ ନେଇ ସଚିବାଳୟ ସମ୍ୁଖରେ ଶବ ଦାଙ କରିଥିଲେ । ଏଥିରେ ବିଜେଡି ପରିଚାଳିତ ନବୀନ ସରକାରକୁ ତୀବ୍ର ସମାଲୋଚନା କରିବାକୁ ପଛାଇନଥିଲେ ବିଜେତି ନେତ୍ରୀ ଓ କର୍ମୀ । ସମସ୍ଥଙ୍କ ମୁହଁରେ ଥିବା ବିରୋଧର ଭାଷା । ମନର କ୍ରୋଧକୁ ପ୍ରକାଶ କରୁଥିଲେ ସାମିଲ ହୋଇଥିବା ସମସ୍ତ କର୍ମୀ । କୁନ୍ଦୁଲି ଘଟଣାକୁ ନେଇ ରାଜ୍ୟର ସବୁ ଜିଲ୍ଲା ପରିଷଦ କେନ୍ଦ୍ର ଓ ସହରାଂଚଳରେ ନବୀନ ସରକାରଙ୍କ କୋକିଇ ଶୋଭାଯାତ୍ରା ମାଧ୍ୟମରେ ମହିଳା ମୋର୍ଚ୍ଚା ଅଭିନବ ପ୍ରତିବାଦ କରିଛି ।