ବରଗଡରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ! ଆଜି ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେପି

22

କନକ ବ୍ୟୁରୋ : ବରଗଡରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଜି ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେପି । ବିଧାନସଭାରେ କୃଷିମନ୍ତ୍ରୀ ଦେଇଥିବା ତଥ୍ୟର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ଏହା ସହ ରାଜ୍ୟର ସମସ୍ତ ଜିଲ୍ଳା ମହକୁମାରେ କୃଷିମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବ ବିଜେପି । ବରଗଡର ଚାଷୀ ହାଡୁ ବଗର୍ତି ଓରଫ ଖଏନୁଙ୍କ ଆତ୍ମହତ୍ୟାକୁ ରାଜ୍ୟ ସରକାର ପାରିବାରିକ କଳହର ରୂପ ଦେଉଥିବା ଅଭିଯୋଗ କରିଛି ବିଜେପି ।

ଖଏନୁଙ୍କ ଆତ୍ମହତ୍ୟା ନେଇ ତଦନ୍ତ ବେଳେ କେବଳ ଜମି କାଗଜପତ୍ର ଦେଖି ତଦନ୍ତକାରୀ ଅଧିକାରୀମାନେ ଫେରି ଯାଇଥିଲେ । କିନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ଥିଲା ବୋଲି ସେମାନେ ସରକାରୀ ରିପୋର୍ଟରେ ଲେଖି ଦେଇଥିବା ତାଙ୍କ ପରିବାର ଲୋକେ କହିଥିଲେ । ଯାହାକୁ ନେଇ ସରକାରଙ୍କୁ ଘେରିଛି ବିଜେପି ।