କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଭଙ୍ଗା ଘଟଣାର ପ୍ରତିବାଦ କରିବ ବିଜେପି : ଆଜି ସମସ୍ତ ୩୧୪ ବ୍ଲକ ଅଫିସ ଘେରିବ ଦଳ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବରଗଡରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଂଗାରୁଜା ଓ ଆକ୍ରମଣ ପ୍ରତିବାଦରେ ବିଜେପିର ରଣହୁଙ୍କାର । ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବ ବିଜେପି । ଏପରିକି ଏନଏସି ଓ ପଂଚାୟତରେ ବି ପ୍ରତିବାଦ କରିବ ବିଜେପି କର୍ମୀ । ଧାରଣା, ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜନ କରିବ ଦଳ । ୨ ଲକ୍ଷରୁ ଅଧିକ କର୍ମୀ ଏଥିରେ ସାମିଲ ହେବେ । ଓଡିଶାରେ ମୋଦି ସରକାରଙ୍କ ବିକାଶର ବାର୍ତା ଦେବାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀଙ୍କୁ ଯେପରି ଭାବେ ଆକ୍ରମଣ କରାଗଲା ତାହା ଦୁର୍ଭାଗ୍ୟଜନକ ବୋଲି ଦଳ କହିଛି । ତୃତୀୟ ମହଲା ନିର୍ଦେଶରେ ଉଦେଶ୍ୟମୂଳକ ଭାବେ ଏଭଳି କରାଯାଇଥିବା ରାଜ୍ୟ ବିଜେପି ଅଭିଯୋଗ କରିଛି । ପୁଲିସ ପ୍ରଶାସନ ବି ବିଜେଡି କର୍ମୀଙ୍କୁ ସହଯୋଗ କରିଥିବା ଦଳ ଅଭିଯୋଗ କରିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ଦାୟୀ କରିଛି ଦଳ । ଏହାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ବିକ୍ଷୋଭ କରିବ ଦଳ । ଏଥିସହ ଆସନ୍ତା ୪ ତାରିଖରେ ଦଳ ପକ୍ଷରୁ ରାଜଭବନ ଘେରାଉ କରିବାକୁ ଯୋଜନା ହୋଇଛି ।