ପଂଚାୟତ ନିର୍ବାଚନ ପରେ ପେଂଚ ପୁରାଇଲା ଶାସକ ବିଜେଡି : ନୂଆ ନିୟମକୁ ବିଜେପିର ବିରୋଧ

32

କନକ ବ୍ୟୁରୋ : ନବୀନ ଓ ବିଜେଡିକୁ ହାରିବାର ଭୟ ଘାରିଛି । ନିର୍ବାଚନୀ ନିୟମ ବଦଳାଇ ଜିଲ୍ଲା ପରିଷଦ ସଭାପତି ପଦ ହାତେଇବାକୁ ଚାହୁଁଛି ବିଜେଡି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ତରବରିଆ ଭାବରେ ବିଧାନସଭାରେ କୌଣସି ପ୍ରସ୍ତାବ ଆଗତ ନକରି ଜିଲ୍ଲା ପରିଷଦ ଆଇନରେ ପରିବର୍ତନ କରିଛି ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ।

ନୂତନ ଆଇନ ଅନୁଯାୟୀ ଜିଲ୍ଲାପରିଷଦ ସଭାପତି ଭୋଟିଂ ସମୟରେ ଜିଲ୍ଲାପରିଷଦ ସଭ୍ୟ କାହାକୁ ଭୋଟ ଦେଉଛନ୍ତି ନିଜ ଦଳର ଏଜେଂଟକୁ ଦେଖାଇବେ । ଏହି ନିୟମ ଗୁପ୍ତ ମତଦାନ ଆଇନର ଉଲ୍ଲଂଘନ କରୁଥିବାର ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା । ଏନେଇ ଆଜି ରାଜ୍ୟପାଳଙ୍କ ପାଖରେ ଫେରାଦ ହେବ ବିଜେପି । ଅନ୍ୟପଟେ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । କହିଛି ବିଜେପିର ଅଭିଯୋଗ ନିରାଧାର । ସେଥିରେ କୋ÷ଣସି ସତ୍ୟତା ନାହିଁ ।