ଏକା ସମୟରେ ନବୀନ ଓ କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ ନେଇ ଅଙ୍ଗୁଳି ଉଠାଇଲା ବିଜେପି !

21

କନକ ବ୍ୟୁରୋ: ଏକା ସମୟରେ ନବୀନ ଓ କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ ନେଇ ଅଙ୍ଗୁଳି ଦେଖାଇଲା ବିଜେପି । ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି ଏକ ସମୟରେ ନବୀନ ଓ କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ ନେଇ ସନ୍ଦେହ ଦେଖାଦେଇଛି । ବିଜେଡି ୨୦୧୯ ନିର୍ବାଚନ ବୈତରଣୀ କଂଗ୍ରେସକୁ ଆଶାବାଡି କରି ପାର ହେବାକୁ ଯୋଜନା କରୁଛି । ଏକଥା କୃଷି ମନ୍ତ୍ରୀ ଦାମୋଦର ରାଉତ ଓ ଶ୍ରମମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ସମୀର ମହାନ୍ତି ।

ଏବେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ଡେରା ପକାଇଛନ୍ତି । ବିଜେଡି ଓ କଂଗ୍ରେସ ମଧ୍ୟରେ ମଧୁଚନ୍ଦ୍ରିକା ଚାଲୁଥିବା ସେ ଅଭିଯୋଗ କରିଛନ୍ତି । ଅତିତରେ ପିସିସି ସଭାପତି ହଟାଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରୁଥିବା କଂଗ୍ରେସ ନେତାଙ୍କ କଥାକୁ ଯଦି ବିଶ୍ୱାସ କରାଯାଏ । ତେବେ ଏଥର ମଧ୍ୟ ନବୀନ ପିସିସି ସଭାପତି ନିଯୁକ୍ତି ଦେବେ ବୋଲି କଟାକ୍ଷ କରିଛନ୍ତି ସମୀର ମହାନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –