ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେପି : ଅରୁଣ ସିଂହଙ୍କ ଟାର୍ଗେଟରେ ଶ୍ରମ ଓ କୃଷି ମନ୍ତ୍ରୀ

39

କନକ ବ୍ୟୁରୋ :  ଚାଷୀ ଆତ୍ମହତା ପ୍ରସଙ୍ଗ ଉଠାଇଲେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ସରକାର ବିଫଳ ହୋଇଥିବା ବେଳେ ତାଙ୍କୁ ସାହାଯ୍ୟ କରିବା ପରିବର୍ତେ ସମାଲୋଚନା କରାଯାଉଛି ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଅରୁଣ ସିଂହ ।

ଚାଷୀ ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ପରେ ବି ସରକାର ଶୁଣିଲେନି । ଏବଂ ଏପରି ଘଟଣାରେ ମୁଖ୍ୟମନ୍ତ୍ରୀ ନିରବ ରହିବା ଏଭଳି କୌଣସି ରାଜ୍ୟରେ ହୋଇନାହିଁ ବୋଲି ଅରୁଣ ସିଂହ କହିଛନ୍ତି । ଏହାସହ ସୁଶାନ୍ତ ସିଂହ ଓ କୃଷି ମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛି ବିଜେପି । ଚାଷୀ ଆତ୍ମହତ୍ୟା ସତ୍ୱେ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉନି । ୧୭ ବର୍ଷ ଧରୀ ରାଜ୍ୟ ସରକାର ଶୋଇଥିବା କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ । ଏହାସହ ମୁଡିଜ ରେଟିଂ ଉପରେ ମଧ୍ୟ ପ୍ରତିକ୍ରିୟା ରଖି ଅରୁଣ କହିଛନ୍ତି ଯେ, ଦେଶର ସ୍ୱାଧିନତା ପରେ ବିମୁଦ୍ରାକରଣ ଓ ଜିଏସଟି ହେଉଛି ଦୁଇଟି ବଡ ଆର୍ଥିକ ସଂସ୍କାର ।