ବୌଦ୍ଧରେ ବିଜେଡି ବିଧାୟକଙ୍କ ଦାଦାଗିରି ପ୍ରସଙ୍ଗ : ବିଜେପି ଟାର୍ଗେଟରେ ସଂଜୟ ଦାସବର୍ମା

36

ବୌଦ୍ଧ : ବୌଦ୍ଧ ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ବିଜେଡି ନେତାଙ୍କ ମାଡ ଘଟଣାରେ ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ ବିଜେପିର ଟାର୍ଗେଟ। ବିଜେପି କର୍ମୀଙ୍କୁ ମାଡ ମାରିବାକୁ ସଂଜୟ ଦାସବର୍ମା ଉସକାଇଥିଲେ ବୋଲି ବିଜେପି ଅଭିଯୋଗ କରିଛି। ତେଣୁ ତୁରନ୍ତ ସଂଜୟଙ୍କୁ ବହିଷ୍କାର ଦାବି କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି ଦଳ। ଯେ ଯାଏଁ ଅଭିଯୁକ୍ତଙ୍କୁ ଗିରଫ କରାନଯାଇଛି , ସେଯାଏ ବୌଦ୍ଧ ଜିଲ୍ଳା ବିଜେପିର ଧାରଣା ଜାରି ରହିବ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି। ପୁଲିସ ସରକାରଙ୍କ ହାତ ବାରସି ସାଜିଛି। ଗତକାଲି ବିଜେପି ବିଧାୟକ ଦଳ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବା ସହ ଆହତଙ୍କୁ ଭେଟିଥିଲା।