ବିଜେପିର ପଂଚାୟତ ରଣକୈାଶଳ : ଆସନ୍ତା ୨୫ରେ ମହାସମାବେଶ, ଯୋଗଦେବେ ଅମିତ ଶାହା

21

କନକ ବ୍ୟୁରୋ : ବିଜେପିର ରଣକୈାଶଳ । ଟାର୍ଗେଟ ପଂଚାୟତ ନର୍ବାଚନ । ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ପହଁଚାଇବ ବିଜେପି । କିପରି ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରାଯାଇପାରିବ ସେ ନେଇ କ୍ଷେତ୍ର ପ୍ରସ୍ତୁତ କରିବାକୁ ବୈଠକ କରିଛି ବିଜେପି । ତା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାକୁ ଜନସାଧାରଣଙ୍କ ସମ୍ମୁଖକୁ ଆଣିବ ଦଳ ।

ଆଜି ଏନେଇ ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ବୈଠକ ହୋଇଛି । ଏଥିରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ଦଳ ପକ୍ଷରୁ ଆହୁରି ସୂଚନା ଦିଆଯାଇଛି ଯେ ଆସନ୍ତା ୨୫ରେ ବିଜେପି କରିବ ମହାସମାବେଶ । ମହାସମାବେଶରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।