ବିଜେପିର ମିଶନ ପଂଚାୟତ ନିର୍ବାଚନ : ୭ ମାସ ଆଗରୁ ଦଳର ବ୍ଲୁ ପ୍ରିଂଟ ପ୍ରସ୍ତୁତ

27

କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ୭ ମାସ ପୂର୍ବରୁ ବିଜେପି ଆରମ୍ଭ କରିଛି ଅଙ୍କକଷା । ପଂଚାୟତ ନିର୍ବାଚନ ପାଇଁ ବିଜେପିର ବ୍ଲୁ ପ୍ରିଂଟ। ଶାସକ ଦଳ ତଥା ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ନୂଆ ରଣନୀତି ପ୍ରସ୍ତୁତ କରୁଛି । ଗାଁରେ ତଥା ତୃଣମୂଳ ସ୍ତରରେ ବିଜେପିର ସଂଗଠନ ସୁଦୃଢ ପାଇଁ ଜିଲ୍ଲା ସଭାପତିଙ୍କୁ ଗୁରୁମନ୍ତ୍ରଣା ଦେଇଛି ରାଜ୍ୟ ନେତୃତ୍ୱବୃନ୍ଦ ।

ବିଜେପିର  ପଂଚାୟତ ନିର୍ବାଚନ ପରିଚାଳନା ସମିତି ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟର ୩୧୪ଟି ବ୍ଲକର ୮୫୩ ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ପଂଚାୟତରେ ସରପଂଚ ପାର୍ଥୀ , ସମିତି ସଭ୍ୟ ଓ ଓାର୍ଡ ମେମ୍ବର ପ୍ରାର୍ଥୀ ଦେବ ବିଜେପି । ରାଜ୍ୟ ସରକାର ତଥା ବିଜେଡି ସରକାରଙ୍କ ଦୋଷ ତୃଟିକୁ ନେଇ ଲୋକଙ୍କ ପାଖରେ ପହଂଚାଇବ ସେନେଇ ବିଜେପି ଆରମ୍ଭ କରିଛି ନୂଆ ରଣନୀତି । ରାସନ କାର୍ଡ ଦୁର୍ନିତି ସହ , ସ୍ୱାସ୍ଥ୍ୟ ସମସ୍ୟା ଭଳି ଶବ ବୁହା ଘଟଣା ଓ ନଗଡା ଘଟଣା ଲୋକଙ୍କ ପାଖରେ ପଂହଚାଇବ ବୋଲି ପ୍ରେସ ମିଟରେ ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି ।