ରଥରୁ ଖସି ପଡିଲେ ଅମିତ୍ ଶାହ : ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ସମୟରେ ଘଟିଲା ଦୁର୍ଘଟଣା

ରଥରୁ ଓହ୍ଲାଇବା ସମୟରେ ଗୋଡ ଖସିଯିବା କାରଣରୁ ହଠାତ୍ ତଳେ ପଡିଯାଇଛନ୍ତି ।

224

ବିଜେପି ଅଧ୍ୟକ୍ଷ ଅମିତ ଶାହ ଶନିବାର ଦିନ ରୋଡ ଶୋ ସମୟରେ ଅଶୋକ ନଗରର ତୁଳସୀ ପାର୍କରେ ନିଜ ରଥରୁ ଓହ୍ଲାଇବା ସମୟରେ ଗୋଡ ଖସିଯିବା କାରଣରୁ ହଠାତ୍ ତଳେ ପଡିଯାଇଛନ୍ତି । ଏହି ଘଟଣାରେ ତାଙ୍କୁ କୈାଣସି ଆଘାତ ଲାଗିନଥିବା ଜଣାପଡିଛି । ରୋଡ ଶୋର ଅନ୍ତିମ ପର୍ଯ୍ୟାୟରେ ତୁଳସୀ ପାର୍କରେ ରଥରୁ ଓହ୍ଲାଉଥିବା ସମୟରେ ଶାହାଙ୍କ ପାଦ ଖସିଯାଇଥିଲା ଏବଂ ସେ ସନ୍ତୁଳନ ହରାଇ ଭୂଇଁରେ ପଡିଯାଇଥିଲେ । ପଡିଯିବା କ୍ଷଣି ସୁରକ୍ଷାକର୍ମୀଙ୍କ ସହାୟତାରେ ଉଠି ଛିଡା ହୋଇଯାଇଥିଲେ । ଅଶୋକ ନଗର ସହରର ବିଭିନ୍ନ ଅଂଚଳ ଦେଇ ଅତିକ୍ରମ କରିଥିବା ଏହି ରୋଡ ଶୋ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ କରାଯାଇଥିଲା । ପାଖାପାଖି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି ରୋଡ ଶୋ ସମୟରେ ଶାହାଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ କରାଗଲା । ପରେ ସେ ଶିବପୁରୀ ଜିଲ୍ଲାର କରୈରା ରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଆୟୋଜିତ ଜନସଭାରେ ଲୋକଙ୍କୁ ସମ୍ବୋଧନ କରିଥିଲେ । ସେଠି କହିଲେ କି, “ରାହୁଲ ବାବା ଦିନରେ ସରକାର ଗଠନ କରିବାର ସ୍ୱପ୍ନ ଦେଖୁଛନ୍ତି । ସ୍ୱପ୍ନ ଦେଖିବା ଖରାପ ଜିନିଷ ନୁହେଁ, କିନ୍ତୁ ଦିନରେ ସ୍ୱପ୍ନ ଦେଖନ୍ତୁ ନାହିଁ । ଆହୁରି କହିଲେ କି, ବର୍ଷ ୨୦୧୪ରେ ଯେବେ ଠାରୁ ଦେଶରେ ମୋଦିଙ୍କ ସରକାର ଆସିଛି, ଆମେ ସମସ୍ତ ଜାଗାରେ ନିର୍ବାଚନ ଜିତିଛୁ ।”

ସଭାରେ ଉପସ୍ଥିତ ଲୋକଙ୍କୁ ‘ଅବକି ବାର, ୨୦୦ ପାର’ ର ସଂକଳ୍ପ ଦେଇ ଶାହା କହିଲେ କି, ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶରେ ଭୋଟ୍ ଅଛି । ଆମେ କେବଳ ସରକାର ଗଢ଼ିବା ପାଇଁ ଜିତିବାକୁ ଚାହୁଁନୁ । ଆମକୁ ଏମିତି ବିଜୟ ଦରକାର କି ସାମନା ଲୋକଙ୍କ ପାଟି ବନ୍ଦ ହୋଇଯିବ ।