କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ପରେ ବିଜେପିର ପ୍ରତିଶ୍ରୁତି ପତ୍ର ! ଗରିବଙ୍କୁ ଜମିପଟ୍ଟା, ପକ୍କାଘର, ବେକାରିଙ୍କୁ ରୋଜଗାର ଦେବା ପାଇଁ ବିଜେପିର ପ୍ରତିଶ୍ରୁତି ।

102

କନକ ବ୍ୟୁରୋ : କଂଗ୍ରେସର ଗ୍ୟାରେଂଟି କାର୍ଡ ବନାମ ବିଜେପିର ପ୍ରତିଶ୍ରୁତି ପତ୍ର । କଂଗ୍ରେସ ଢାଂଚାରେ ବିଜେପି ଆରମ୍ଭ କରିଛି ବିଜେପି ପ୍ରତିଶ୍ରୁତି ପତ୍ର । ଜମି ପଟ୍ଟା ଓ ପକ୍କା ଘର ସହ ବେରୋଜଗାରୀଙ୍କୁ ରୋଜଗାର ଦେବାପାଇଁ ବିଜେପି ଦେବ ପ୍ରତିଶ୍ରୁତି । ବିଜେପି କର୍ମୀ ଘର ଘର ବୁଲି ଲୋକଙ୍କୁ ଭୂମିହୀନ ଓ ଗରିବ ପରିବାରକୁ ପ୍ରତିଶ୍ରୁତି ପତ୍ର ଦେବେ ।

ଭୁବନେଶ୍ୱରରେ ବିଜେପି ଜାରି କରିଛି ପ୍ରତିଶ୍ରୁତି ପତ୍ର । ଜମି ପଟ୍ଟା ଓ ପକ୍କା ଘର ପାଇଁ ପ୍ରତିଶ୍ରୁତି, ବେରୋଜଗାରୀଙ୍କୁ ରୋଜଗାର ଦେବାପାଇଁ ବିଜେପି ଦେବ ପ୍ରତିଶ୍ରୁତି । ବିଜେପି କର୍ମୀ ଘର ଘର ବୁଲି ଲୋକଙ୍କୁ, ଭୂମିହୀନ ଓ ଗରିବ ପରିବାରକୁ ଦେବେ ପ୍ରତିଶ୍ରୁତି ପତ୍ର । ଅପରାଜିତା କହିଛନ୍ତି, ଯେଉଁ କାମ ୧୯ ବର୍ଷ ଧରି ସରକାର କରିପାରିନାହାନ୍ତି, ବିଜେପି କ୍ଷମତାକୁ ଆସିଲେ ମାତ୍ର ୨-୩ ବର୍ଷରେ ପୂରଣ କରିବ ସମସ୍ତ ପ୍ରତିଶ୍ରୁତି । ସେପଟେ ବିଜେଡି କହିଛି ଭଲ ପ୍ରବଚନ ଦେଇପାରନ୍ତି ବିଜେପି ନେତା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସମସ୍ତଙ୍କୁ ଘର ଦେବା ପାଇଁ ୨୦୧୪ରେ ବିଜେଡି ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରି ପାରିନାହିଁ । ସେହିପରି କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ ଦେବା ପାଇଁ ଅପିଲ୍ କରିବା ସହ ଲୋକଙ୍କ ଆଗରେ ପ୍ରତିଶ୍ରୁତିର ବର୍ଷା କରିଛନ୍ତି ଧର୍ମେନ୍ଦ୍ର । ତେବେ ବିଜେଡି କହିଛି ଗତ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି ମୋଦୀ ସରକାର ।

କଂଗ୍ରେସର ଗ୍ୟାରେଂଟି କାର୍ଡରେ ରହିଥିଲା ସର୍ବନିମ୍ନ ଆୟ, ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା, କୃଷକଙ୍କୁ ଋଣଛାଡ, ମହିଳାଙ୍କୁ ଶିକ୍ଷା ଓ ସମ୍ମାନର ଗ୍ୟାରେଂଟି । ଏବେ ବିଜେପି ପ୍ରତିଶ୍ରୁତି ପତ୍ରରେ ଦେଇଛି ଜମି ପଟ୍ଟା, ପକ୍କା ଘର, ବେରାଜଗାରୀଙ୍କୁ ରୋଜଗାରର ପ୍ରତିଶ୍ରୁତି । ଗ୍ୟାରେଂଟି ଓ ପ୍ରତିଶ୍ରୁତି ଜରିଆରେ ଭୋଟରଙ୍କୁ ନିଜ ଆଡକୁ ନେବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ଦୁଇ ଦଳ ।