ପଂଚାୟତ କ୍ୟାମ୍ପେନ ପାଇଁ ରାଜ୍ୟ ବିଜେପିର ଷ୍ଟ୍ରାଟେଜି: ପ୍ରଚାରପତ୍ର ଓ ଅଡିଓ ଟେପ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତା ବଖାଣିବ ଦଳ

37

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିସାରିଛି ରାଜ୍ୟ ବିଜେପି । କେନ୍ଦ୍ର ସରକାରଙ୍କ ସଫଳତା ଓ ନବୀନ ସରକାରଙ୍କ ବିଫଳତାକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ଦଳ । ଗୋଟିଏ ପଟେ ନାମାଙ୍କନପତ୍ର ଦାଖଲ ଚାଲିଥିବାବେଳେ ଅନ୍ୟପଟେ ନିର୍ବାଚନ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ବିଜେପି । କେଉଁ ପ୍ରସଙ୍ଗ ଓ କି ଆଭିମୁଖ୍ୟ ନେଇ ଗାଁକୁ ଯିବ ସେନେଇ ପଚାରପତ୍ର ସହ ଅଡିଓ ଟେପ ରିଲିଜ ହୋଇଛି ।

ଶାସକ ଦଳ ତଥା ବିଜେଡି ସରକାଙ୍କର ବିଭିନ୍ନ ବିଫଳତାକୁ ନେଇ ଗ୍ରାମାଂଚଳକୁ ଯିବ ରାଜ୍ୟ ବିଜେପି । ଚିଟଫଣ୍ଡ ଦୁର୍ନୀତ ସହ ରାସନ କାର୍ଡ ଦୁର୍ନୀତି ଓ ରାଜ୍ୟ ସରକାଙ୍କ ବିଫଳତାକୁ ବିଜେପି ପଂଚାୟତ ନିର୍ବାଚନର ମୁଦ୍ଦା କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ କହିଛି । ଏଥିସହ ବିଜେଡି ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମେଂଟ ଚାଲିଛି ବୋଲି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଅଭିଯୋଗ କରିଛନ୍ତି ।