ଛତିଶଗଡର ପୂର୍ବତନ ବିଜେପି ବିଧାୟକ ମନ୍ତୁରାମ ପାୱାରଙ୍କ ପୁଅର ଗୁଣ୍ଡାଗିରି : କ୍ୟାମେରାରେ କଏଦ ହେଲା ଭିଡିଓ

23

କନକ ବ୍ୟୁରୋ : ଛତିଶଗଡର ପୂର୍ବତନ ବିଧାୟକ ଓ ବିବାଦିତ ବିଜେପି ନେତା ମନ୍ତୁରାମ ପାୱାରଙ୍କ ପୁଅର ଗୁଣ୍ଡାଗିରିର ଭିିଡିଓ ଭାଇରାଲ ହୋଇଛି । ଭିଡିଓରେ ମନ୍ତୁରାମଙ୍କ ପୁଅ ଓ ତାଙ୍କର କେତେକ ସାଥୀ ଜଣେ ଯୁବକକୁ ନିସ୍ତୁକ ମାଡ ମାରୁଛନ୍ତି । ଏହି ଭିଡିଓଟି ଅଗଷ୍ଟ ୧୫ ତାରିଖର ବୋଲି ଜଣାପଡିଛି। ଏହି ଘଟଣା କାଙ୍କେରଠାରୁ ପ୍ରାୟ ୧୦୦କିଲୋମିଟର ଦୂର ଫଙ୍ଖାଜୋର ଅଂଚଳରେ ଘଟିଛି।

ଭିଡିଓରୁ ଜଣାପଡୁଛି ମନ୍ତୁରାମଙ୍କ ପୁଅ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ଏତେ ନିଶାରେ ଥିଲେ ଯେ ନିଜ କାରକୁ ମଧ୍ୟ ଭାଙ୍ଗି ପକାଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପୋଲିସ କହିଛି ଘଟଣା ୨ସପ୍ତାହ ତଳର । ତେଣୁ ଏହାର ଭିଡିଓ ଭାଇରାଲ ହେବା ପଛରେ କାରଣ କଣ ସେ ନେଇ ଜଣାପଡିନାହିଁ । କିମ୍ବା ମାଡ ଖାଉଥିବା ଯୁବକ ପକ୍ଷରୁ ମଧ୍ୟ କୋ÷ଣସି ଅଭିଯୋଗ କରାଯାଇ ନାହିଁ। ସେପଟେ ବିରୋଧିମାନେ କିଛି ପ୍ରତିକ୍ରିୟା ଦେବା ପୂର୍ବରୁ ବିଜେପିର ପ୍ରଦେଶ ମୁଖପାତ୍ର ସଚ୍ଚିଦାନନ୍ଦ କହିଛନ୍ତି ଯଦି ମନ୍ତୁରାମଙ୍କ ପୁଅ ଦୋଷୀ ତେବେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବା ଦରକାର।