ପଦ୍ମଦଳର ପ୍ଲାନ୍ ଓଡିଶା

25

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଓଡିଶାରେ ବହିବ ମୋଦି ହାୱା । ବାଲେଶ୍ୱରରେ ଆୟୋଜିତ ବିକାଶ ଉତ୍ସବ ପରେ ଏବେ ଓଡିଶାକୁ ଆସୁଛନ୍ତି ୭ ଜଣ କେନ୍ଦ୍ରମନ୍ତ୍ରୀ। ବିକାଶର କଥା କହିବେ ଆଉ ବିଜେଡିର ଭୋଟ୍ ବ୍ୟାଙ୍କ ଭାଂଗିବାକୁ ତିଆରି କରିବେ ରୋଡମ୍ୟାପ୍ ।

ଓଡିଶାରେ କ୍ୟାପଟେନ ମୋଦି ଖେଳିଲେ ବିକାଶ ଉତ୍ସବର ଇନିଂସ । ଆଉ ଏବେ ପାଳି ଟିମ ମେମ୍ବରଙ୍କର । ଜଣଙ୍କ ପରେ ଜଣେ ୭ ଜଣ ହାଇପ୍ରୋଫାଇଲ ବ୍ୟାଟସମ୍ୟାନ ଆସିବେ ଓଡିଶା ଫିଲଡରେ ବ୍ୟାଟିଂ କରିବାକୁ । ଟାର୍ଗେଟରେ ୨୦୧୯ର କପ୍ । ବିଶ୍ୱକପ ଭଳି ହାଇ ପ୍ରୋଫାଇଲ ଲଢେଇ । ଆଗରୁ ଦଳର ଦୁର୍ବଳତାର ସୁଯୋଗ ନେଇ କପ୍ ହାତଉଥିବା ବିଜେଡିକୁ ଏଥର କଡା ଟକ୍କର ଦେବାକୁ ତୟାର ବିଜେପି । ରାଜ୍ୟରୁ ଅଛନ୍ତି ଦୁଇ ଜଣ କେନ୍ଦ୍ରମନ୍ତ୍ରୀ । ପ୍ରସଙ୍ଗକୁ ଧରି ନବୀନ ସରକାରକୁ ଅଡୁଆରେ ପକାଇବାକୁ ସବୁବେଳେ ତୟାର । ଆଉ ଏବେ ବିକାଶର କଥା କହିବାକୁ ମୋଦି ପଠାଉଛନ୍ତି ୭ କେନ୍ଦ୍ରମନ୍ତ୍ରୀଙ୍କୁ । ଉଦେଶ୍ୟ ସଫା, ବିକାଶର କଥା କୁହ, ରାଜ୍ୟର ଦୁର୍ନୀତିକୁ ବଖାଣ ବିଜେଡିର ଭୋଟ ବ୍ୟାଙ୍କକୁ ଭାଙ୍ଗ । ଏହି ମିଶନ ଧରି ଓଡିଶା ଆସିବେ ମୋଦିଙ୍କ ବ୍ରିଗେଡ ।

ତାଲିକାରେ ହାଇପ୍ରୋଫାଇଲ ମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଭଳି ମୋଦିଙ୍କ ବ୍ରିଗେଡର ଟାଣୁଆ ନେତା ରାଜ୍ୟରେ ଧରିବେ ବିକାଶ ଉତ୍ସବର ମଙ୍ଗ । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଓ ବରଗଡ ଭଳି ସହରରେ ଦଳ ଆୟୋଜନ କରିବ କାର୍ଯ୍ୟକ୍ରମ । ଲୋକଙ୍କୁ ବିକାଶର କଥା କୁହାଯିବ ଆଉ ସିଧାସଳଖ ଆଲୋଚନା ବି ହେବ ।