ବିରୋଧୀଙ୍କୁ ଚକମା ଦେବାକୁ ବିଜେପିର ନୂଆ ପ୍ଲାନ ! ମାର୍ଗଦର୍ଶକ ସାଜିଛନ୍ତି ଅମିତ୍ ଶାହା ।

37

କନକବ୍ୟୁରୋ : ଦିନକୁ ଦିନ ପ୍ରଧାନମନ୍ତ୍ରୀଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢିବାରେ ଲାଗିଛି । ଏହାକୁ ଲକ୍ଷକରି ଭାରତୀୟ ଜନତା ପାର୍ଟି ନିଜକୁ ସୋସିଆଲ ମିଡିଆରେ ସକ୍ରିୟ କରିବାରେ ମଧ୍ୟ ଲାଗିଛି । ଯେଉଁମାନେ କି ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇପାରିବେ । ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ଏହା ମଧ୍ୟରେ ଆରମ୍ଭ କରିଛି ବିଜେପି । ଆଗାମୀ ସମୟରେ ଏଥିରେ ଅନେକ ଜନତାଙ୍କୁ ସାମିଲ କରାଯିବାର ଯୋଜନା ରହିଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଦଳ ଭାବୁଛି କି ଏହା କରିବା ଦ୍ୱାରା ସରକାରଙ୍କ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚିବା ସହ ବିରୋଧୀମାନଙ୍କ ଅଭିଯୋଗକୁ ମଧ୍ୟ ଜବାବ ଦିଆଯାଇପାରିବ । ଗୁରୁବାର ଦିନ ବିଜେପିର ରାଷ୍ଟ୍ରୀୟ ସଭାପତି ଏହା ମଧ୍ୟରେ ପ୍ରାୟ ୪୦୦ ଜଣଙ୍କ ସହ ବୈଠକ କରିଥିବା ଜଣାପଡିଛି ।

ଏହି ବୈଠକରେ ଫେସବୁକରେ ୬୦୦୦ ଓ ଟୁଇଟରରେ ପ୍ରାୟ ୨୦୦୦ ଲୋକଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏହି ବୈଠକକୁ ଆସିଥିବା ସମସ୍ତ ସଦସ୍ୟଙ୍କୁ ଶାହା ଆଗକୁ ବଢିବାକୁ କହିବା ସହ ,ଯେପରି ବିଜେପିର ଜନସମର୍ଥ ବଢିବ ସେଥି ନିମିତ୍ତ ପରାମର୍ଶ ଦେଇଥିଲେ । ଏହା ସହ ଶାହା କହିଥିଲେ କି ୨୦୧୪ ନିର୍ବାଚନରେ ବିଜେପି ହିଁ ଅଧିକ ସକ୍ରିୟ ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଦଳ ସୋସିଆଲ ମିଡିଆରେ ସକ୍ରିୟ ହେଲେଣି ତେଣୁ ଆମେ ମଧ୍ୟ ଆମର ଜନ ସମର୍ଥନ ବଢାଇବା ଆବଶ୍ୟକ ।

ମୋଦୀ ସରକାରର ଜନକଲ୍ୟାଣକାରୀ ଯୋଜନା ସବୁ ଲୋକମାନଙ୍କ ପାଖରେ ପହଞ୍ଚାଇ ହେବ ତାହା ଉପରେ ବେଶି ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାରଣ ଏବେ ଜଣାପଡୁଛି କି ବିଜେପି ବିରୋଧରେ ସମସ୍ତ ବିରୋଧୀମାନେ ଏକାଠି ହୋଇ ନିର୍ବାଚନକୁ ଓହ୍ଲାୁୁଉଛନ୍ତି । ତେଣୁୂ ଆମେ ମାନେ ବି ଏଥିପ୍ରତି ସଜାଗ ହୋଇ କାମ କରିବାକୁ ପଡିବ ବୋଲି ଶାହା କହିଛନ୍ତି । ମୋର ବିଶ୍ୱାସ ଆପଣ ମାନେ ନିଶ୍ଚିତ ଭାବରେ ଆମ ସହ ମିଶି କିପରି ଭାବରେ ଆଗାମୀ ନିରବାଚନରେ ଦଳ ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଆମେ ମାନେ କାମ କରିବାର ଆବଶ୍ୟକତା ରହିଛି ବୋଲି ଶାହା କହିଛନ୍ତି ।