ପଂଚାୟତ ନିର୍ବାଚନ ପାଇଁ ପୋଷ୍ଟର ଜାରି କଲା ରାଜ୍ୟ ବିଜେପି ! ୧୭ ବର୍ଷର ସରକାରଙ୍କ ଅପାରଗତାକୁ ପ୍ରସଙ୍ଗ କରିବ ଦଳ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟାର୍ଗେଟ ପଂଚାୟତ ନିର୍ବାଚନ । ନିର୍ବାଚନ ପାଇଁ ବିଜେପି ଜାରି କଲା ପୋଷ୍ଟର । ରାଜ୍ୟରେ ବିଜେଡି ସରକାରଙ୍କ ୧୭ ବର୍ଷର ଅପାରଗତାକୁ ନେଇ ପୋଷ୍ଟର ରିଲିଜ୍ କରିଛି ବିଜେପି । ରାଜ୍ୟକୁ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ଦେଉଛି କିନ୍ତୁ ରାଜ୍ୟ ସରକାର ତାହାକୁ କାର୍ଯ୍ୟରେ ଲଗାଇବାରେ ବିଫଳ ହୋଇଛନ୍ତି ।

ଓଡିଶାକୁ ଶ୍ରୀହୀନ କରିଛି ବିଜେଡି ସରକାର । ଏହା ବିରୋଧରେ ଲଢ଼େଇ କରିବା ପାଇଁ ଆହ୍ୱାନ ଦେଇ ପୋଷ୍ଟର ରଲିଜ୍ କରିଛି ବିଜେପି । ଜାନୁୟାରୀ ୭ରୁ ୭ ଦିନ ଭିତରେ ବିଜେପି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୨୫ ହଜାର ସଭା କରାଯିବ । ରାଜ୍ୟରେ ବିଜେପିର ୪୦ ଲକ୍ଷ କର୍ମୀ ଓ ୨୫ ହଜାର ସକ୍ରିୟ ସଦସ୍ୟ ରହିଛନ୍ତି ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-