ବିଜେପୁରରେ ଗୁଳି ମାଡକୁ ନେଇ ତେଜିଲା ରାଜନୀତି ! ଘଟଣାକୁ ବିରୋଧ କରି ବିଜେପିର ଦୁଇଦିନିଆ ପଦଯାତ୍ରା

21

କନକ ବ୍ୟୁରୋ : ବିଜେପୁରରେ ବିଜେପି ଯୁବ ନେତାଙ୍କ ଘର ଉପରକୁ ଗୁଳିମାଡ ଘଟଣାର ପ୍ରତିବାଦ କରି ଆଜି ଦୁଇ ଦିନିଆ ପଦଯାତ୍ରା ଆରମ୍ଭ କରିଛି ବିଜେପି । ଗୁଳିକାଣ୍ଡ ଘଟଣାକୁ ଘୋର ନିନ୍ଦା କରି ବିଜେପି ଆରମ୍ଭ କରିଛି ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା । ଆଉ ଏଥିପାଇଁ ଆଜି ପ୍ରାୟ ୨ଟାରୁ ଆରମ୍ଭ ହୋଇଛି ପଦଯାତ୍ରା । ତେବେ ଏନେଇ ବିଭିନ୍ନ ସ୍ତରରେ ପ୍ରତିବାଦ ସଭା ଆୟାଜନ କରାଯାଇଥିଲା । ଅବହେଳିତ ବିଜେପୁର, ଅସନ୍ତୋଷ ବିଜେପୁର, ଅପମାନିତ ବିଜେପୁର ସ୍ଲୋଗାନ ଦେଇ ଆରମ୍ଭ ହୋଇଥିଲା ବିଜେପିର ପଦଯାତ୍ରା ।

ଶାନ୍ତ ଅଂଚଳରେ ଅଶାନ୍ତି ସୃଷ୍ଟି କରାହେଉଛି । ଗୁଳିକାଣ୍ଡରେ ଧରାପଡ଼ିଥିବା ଲୋକଙ୍କ ପଛରେ କିଏ ଅଛି ତାଙ୍କୁ ବାହାର କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ଧାରଣାରେ ବସିଥିବା ଲୋକେ ଅସଲ ଦୋଷୀଙ୍କୁ ଧରିବା ପାଇଁ ଦାବି କରୁଛନ୍ତି । ତେବେ ଏହି ଗୁଳିକାଣ୍ଡ ଘଟଣା ପାଇଁ ସିଧାସଳଖ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି । ବିଜେପି ଉପନିର୍ବାଚନ ହେବାକୁ ଥିବାବଳେ ଏପରି ଘଟଣା ସାରା ଓଡ଼ିିଶା ବେଶ ଚର୍ଚ୍ଚା ହୋଇଥିଲା । ତେବେ ଗୁଳିକାଣ୍ଡ ପରେ ଏବେ ବିଜେପି ଓ ବିଜେଡ଼ି ଦୋଷ ଲଦାଲଦି ହେଉଛନ୍ତି । ଏହି ପଦଯାତ୍ରାରେ ବିଜେପି ରାଜ୍ୟ ସଭାପତି ବସ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ରାଜ୍ୟ ସଭାପତି ଅଶ୍ୱନୀ ଶଡ଼ଙ୍ଗୀ, ବିଧାୟକ ଦଳର ନେତା କେଭି ସିହଦେଓ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ପ୍ରମୁଖ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ ଗତ ୭ତାରିଖ ରାତିରେ ବିଜେପି ଯୁବମୋର୍ଚ୍ଚାର ମଣ୍ଡଳ ସଭାପତି ମନୋରଞ୍ଜନ ମେହେରଙ୍କ ଘର ଉପରକୁ ଗୁଳିମାଡ କରିଥିଲେ ମୁଖାପିନ୍ଧା ଦୁର୍ବୃତ୍ତ । ମନୋରଂଜନ ମେହେରଙ୍କ ଘର ଉପରକୁ ୩ ରାଉଣ୍ଡ ଗୁଳିମାଡ଼ ହୋଇଥିଲା । ଏଥିରେ କେହି ମୃତାହତ ହୋଇନଥିବାବେଳେ ତାଙ୍କ ଘର କବାଟ ଓ କାନ୍ଥରେ ୩ ରାଉଣ୍ଡ ଗୁଳି ବାଜିଥିଲା । ଏନେଇ ଥାନାରେ ଏତଲା ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ୨ଟି ଖୋକା ଜବତ କରି ଛାନବିନ୍ ଚଲାଥିଲା ।