କନକ ବ୍ୟୁରୋ : ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି । ୨୦୧୫ ନୂଆ ଶିକ୍ଷାନୀତି ସରକାର କଣ ପାଇଁ ଲାଗୁ କଲେନି ବୋଲି ପ୍ରଶ୍ନ କରିଛି ଦଳ । ଏବେ ସୁଦ୍ଧା ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ୬ ଶହ ପଦବୀ ଖାଲି ପଡିଛି । ଗ୍ରାମୀଣ ଶିକ୍ଷା ବ୍ୟବସ୍ଥା ଖରାପ ଆଡକୁ ଗତି କରୁଛି । ମଡେଲ ସ୍କୁଲ ଯୋଜନା ବିଫଳ ହୋଇଛି । ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ହୋଇପାରୁନି । ଏହି ପ୍ରଶ୍ନର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି ବିଜେପି ମୁଖପାତ୍ର ପ୍ରତାପ ଷଡଙ୍ଗୀ ଦାବି କରିଛନ୍ତି ।