ଚାଷୀଙ୍କ ଋଣ ଛାଡ ଏବଂ ବିନା ସୁଧରେ ଋଣ ଦେବାକୁ ବିଜେପିର ଦାବି !

17

କନକ ବ୍ୟୁରୋ : ଚାଷୀଙ୍କ ଋଣ ଛାଡ ଏବଂ ବିନା ସୁଧରେ ଋଣ ଦେବାକୁ ଦାବି କରିଛି ବିଜେପି । ଏନେଇ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଦଳର କୃଷକ ମୋର୍ଚ୍ଚା ଚେତାବନୀ ଦେଇଛି । ଏନେଇ ସାରା ରାଜ୍ୟର ପ୍ରତି ଜିଲ୍ଲାପାଳଙ୍କୁ ବିଜେପି କୃଷକ ମୋର୍ଚ୍ଚା ସାକ୍ଷାତ କରି ଦାବିପତ୍ର ଦେବ ।

କୃଷକଙ୍କ ବୃହତର ସ୍ୱାର୍ଥ ପ୍ରତି ରାଜ୍ୟ ସରକାର ଆଖିବୁଜି ଦେଇଛି ବୋଲି ଦଳ ଅଭିଯୋଗ କରିଛି । ଦଳ ପକ୍ଷରୁ ଗତକାଲି ମାଷ୍ଟର କ୍ୟାଂଟିନ ଛକରେ ଶତାଧିକ ବିଜେପି କୃଷକ ମୋର୍ଚା କର୍ମୀ ଏକାଠି ହୋଇ ଗଣବିକ୍ଷୋଭ କରିଛନ୍ତି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।