ନିର୍ବାଚନ କମିଶନଙ୍କ ନିଷ୍ପତ୍ତିରେ ବିଜେପି କ୍ଷୁବ୍ଧ ! ୨ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଭୋଟ୍ ନାକଚ୍ କରିବା ନେଇ ଉଠାଇଲା ଆପତ୍ତି

31

କନକ ବ୍ୟୁରୋ : ମଙ୍ଗଳବାରଦିନ ଭୋଟିଂ ସରିବା ପରେ କଂଗ୍ରେସ, ରିଟର୍ଣ୍ଣିଂ ଅଫିସର ନିକଟରେ ଦୁଇ କଂଗ୍ରେସ ବିଧାୟକଙ୍କ ଭୋଟ ନାକଚ କରିବାକୁ ଦାବି କରିଥିଲା । କଂଗ୍ରେସର ଅଭିଯୋଗ ଥିଲା, ଦୁଇଜଣ ବିଧାୟକ ଭୋଟ ଦେବା ସମୟରେ ବାଲଟ ପେପରକୁ ଅମିତ ଶାହଙ୍କୁ ଦେଖାଇଥିଲେ । ଏହା ପରେ ଗୁଜରାଟର ଲଢେଇ ଦିଲ୍ଲୀ ଦରବାରରେ ପହଂଚିଥିଲା । ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳ ୩-୩ ଥର ପହଂଚି ନିଜର ଦାବି ଉପସ୍ଥାପନ କରିଥିଲେ । ଏହାପରେ ନିର୍ବାଚନ କମିଶନ ରାତି ୧୨ଟାରେ କଂଗ୍ରେସ ୨ ବିଧାୟକଙ୍କ ଭୋଟ ରଦ୍ଦ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହ ଭୋଟ କାଉଟିଂ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାତି ପ୍ରାୟ ୧ଟା ୩୦ରେ ଭୋଟଗଣତି ଆରମ୍ଭ ହୋଇଥିଲା । ମତଦାନ କେନ୍ଦ୍ରରୁ ବାହାରି କଂଗ୍ରେସ ବିଧାୟକ ଶୈଳେଶ ପରମାର ଅହମ୍ମଦ ପଟେଲ ୪୪ ଭୋଟ ସହ ଜିତିଥିବା ଦାବି କରିଥିଲେ ।

ତେବେ ଆସନ୍ତୁ ଜାଣିବା ଏନେଇ କ’ଣ କହିଲେ ନିର୍ବାଚନ କମିଶନ –
କମିଶନଙ୍କ ପାଖକୁ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ବିଧାୟକଙ୍କ ଫୁଟେଜ ପଠାଯାଇଥିଲା । ନିର୍ବାଚନ କମିଶନ ଭିଡିଓ ଦେଖିଲେ ଓ ଏହାର ବାଲାଟ ପେପର ସିକ୍ରେସିର ଉଲ୍ଲଙ୍ଘନ କରିଛି । ତେଣୁ ସମ୍ବିଧାନର ଅନୁଚ୍ଛେଦ ୩୨୪, ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୬୬ ଓ ନିର୍ବାଚନ ସଂଚାଳନ ନିୟମ, ୧୯୬୧ ଅନୁସାରେ ଦୁଇ ବିଧାୟକ ଭୋଲା ଭାଇ ଗୋହିଲ ଓ ରାଘବଜୀ ଭାଇ ପଟେଲଙ୍କ ଭୋଟକୁ ନାକଚ କରାଯାଉଛି । ଅନ୍ୟପଟେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିିରେ ବିଜେପି ଅସନ୍ତୋଷ ପ୍ରକାଶ କରିଛି । ବିଜେପି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତ ନିରାଶାଜନକ । ଏହା ବିରୋଧରେ ଆଇନର ଆଶ୍ରୟ ନିଆଯିବ । ଏହା ସହିତ ଭିଡିଓର ସାର୍ବଜନୀକ ପ୍ରଦର୍ଶନ କରିବାକୁ ଦାବି କରିଛି ବିଜେପି ।

ଅହମ୍ମଦ ପଟେଲଙ୍କ ବିଜୟ ଅମିତ ଶାହ ଓ ବିଜେପିକୁ କଡା ଝଟକା ହୋଇଛି । ମୋଦିଙ୍କ ପାଇଁ ବି ଏହା ଝଟକା ବୋଲି କୁହାଯାଇପାରେ । ଏହା ସୋନିଆ ଗାନ୍ଧିଙ୍କ ବଡ ବିଜୟ ବୋଲି କୁହାଯାଇପାରେ । ଏକଜୁଟ ହେବା ପାଇଁ ବିରୋଧୀଙ୍କୁ ଏହା ସଞ୍ଜୀବନୀ ବୋଲି କୁହାଯାଇପାରେ । ଏ ବର୍ଷ ଶେଷରେ ଗୁଜରାଟରେ ନିର୍ବାଚନ ହେବ । ଏହା ରାଜ୍ୟରେ କଂଗ୍ରେସ କର୍ମୀଙ୍କ ପାଇଁ ନୂଆ ଉତ୍ସାହ ଆଣିବ । ଗୁଜରାଟରେ ଶଙ୍କର ସିଂ ବାଘେଲା ଗୋଷ୍ଠୀ ଦୁର୍ବଳ ହେବା ।