ଆଜି ବିଜେପିର ମୌନ ସତ୍ୟାଗ୍ରହ ! ଶାସକ ଦଳର ହିଂସାତ୍ମକ କାର୍ଯ୍ୟକୁ ପ୍ରତିବାଦ ଜଣାଇବ ଦଳ

33

କନକ ବ୍ୟୁରୋ: ଆଜି ରାଜ୍ୟର ସମସ୍ତ ସାଂଗଠନିକ ମଣ୍ଡଳ, ଜିଲ୍ଲା ପରିଷଦ ଜୋନ, ମୁନିସିପାଲଟି ଓ ଏନଏସିରେ ମୌନ ସତ୍ୟାଗ୍ରହ କରିବ ବିଜେପି । ଶାସକ ଦଳର ହିଂସାତ୍ମକ କାର୍ଯ୍ୟକୁ ବିରୋଧ କରି ଦଳ ଏହି ବିରୋଧ ପ୍ରଦର୍ଶନ କରିବ । ଦିନ ୧୦ଟାରୁ ୧ଟା ଯାଏଁ ଏହି ସତ୍ୟାଗ୍ରହ କରିବ ବିଜେପି । ଶାସକ ଦଳ କଂଗ୍ରେସର ଆଶାବାଡି ଓ ପୋଲିସ ସହାୟତାରେ ହିଂସାତ୍ମକ ଆଚରଣ କରୁଥିବା ବିଜେପି ଅଭିଯୋଗ କରିଛି ।

ହିଂସାର ଜବାବ ଅହିଂସାରେ ଦିଆଯିବ ବୋଲି ବିଜେପି କହିଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଉପରେ ଆକ୍ରମଣ, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜନୈତିକ ଭେଦଭାବ ରଖି ଅଭିଯୁକ୍ତକୁ ତଦନ୍ତ ପରିସରକୁ ନ ଆଣିବା ପ୍ରତିବାଦରେ ଏହି ସତ୍ୟାଗ୍ରହ କରାଯାଉଥିବା ବିଜେପି କହିଛି ।