ବିଜେପି କର୍ମୀଙ୍କୁ ହତ୍ୟା ଘଟଣା ! ଆଜି ଢ଼େଙ୍କାନାଳରେ ବିଜେପିର ୧୨ ଘଂଟିଆ ବନ୍ଦ ଡାକରା

25

କନକ ବ୍ୟୁରୋ: ଜଳୁଛି ଢ଼େଙ୍କାନାଳ । ତେଜୁଛି ରାଜନୈତିକ ହିଂସା । ତରଭା ବିଜେପି କର୍ମୀଙ୍କ ହତ୍ୟାକାଣ୍ଡକୁ ନେଇ ଆଜି ୧୨ଘଂଟିଆ ଢ଼େଙ୍କାନାଳ ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି ।

ସଲମାନ ରାଉତ ଗୁଳିକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ଏବଂ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବି କରି ବନ୍ଦ ଡାକରା ଦେଇଛି ବିଜେପି । ସକାଳୁ ବସ ଚଳାଚଳ ବନ୍ଦ ରହିଛି । ଦୋକାନ ବଜାର ବନ୍ଦ ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-