ବିବାଦୀୟ ସେକ୍ସ ସିଡି ଓ ଋଷି ମୃତ୍ୟୁ ମାମଲା: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

45

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ: ବିବାଦୀୟ ସେକ୍ସ ସିଡି ଓ ଋଷି ମୃତ୍ୟୁ ମାମଲାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି । ବିବାଦୀୟ ସେକ୍ସ ସିଡି ମାମଲାରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ବହିଷ୍କାର ଦାବି କରିଛି ଦଳ । ଏହା ସହ ଋଷି ମୃତ୍ୟୁ ମାମଲାରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିଜେପି ପ୍ରତିନିଧି ଦଳ । ଏନେଇ ବିଜେପିର ୧୪ ଜଣିଆ ପ୍ରତିନିଧି ଦଳ ଆଜି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ।

ହରତାଳ ବେଳେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ମଧ୍ୟ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି । ମେୟରଙ୍କ ବହିଷ୍କାର ଓ ଋଷି ମୃତ୍ୟୁ ମାମଲାରେ ତତନ୍ତ ନେଇ ବୁଧବାର ଭୁବନେଶ୍ୱର ବନ୍ଦ ପାଳନ କରିଥିଲା ବିଜେପି । ବନ୍ଦ ବେଳେ ଉଭୟ ବିଜେପି ଓ ଛାତ୍ର ବିଜେଡି ମୁହାଁମୁହିଁ ହୋଇଥିଲେ । ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଗତକାଲି ଡିଜିପି ଅଫିସ ଘେରାଉ କରିଥିଲା ବିଜେପି ।

ଏହାସହ ଦେଖନ୍ତୁ ଏହି ଭିଡିଓ –