ସଂଜୀବନୀ ନେଇ ଓଡ଼ିଶା ଆସିବେ ବିଜେପି ଚାଣକ୍ୟ ! ଫୋକସରେ ରହିବ ମିଶନ ୧୨୦, ଟାର୍ଗେଟରେ ପଶ୍ଚିମ ଓଙ୍ଗ଼ିଶା । ହସରେ ଉଡାଇଦେଲା ବିଜେଡି

46

କନକ ବ୍ୟୁରୋ : ବିଜେପିର ମିଶନ୍ ୧୨୦ ନାରାକୁ ଉଦଜୀବୀତ କରିବା ପାଇଁ ସଂଜୀବନୀ ନେଇ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୟ ଅଧ୍ୟକ୍ଷ ଅମିତ ଶାହା । ଆଉ ଏଥର ଟାର୍ଗେଟରେ ରହିଛି ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାର ଦୁଇଟି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବା ସହ ବଖାଣିବେ ମୋଦି ସରକାରଙ୍କ ସଫଳତା । ହେଲେ ବିଜେପିର ଏହି କାର୍ଯ୍ୟକ୍ରମକୁ ଫୁଁରେ ଉଠାଇ ଦେଇଛି ବିଜେଡି । କହିଛି-ବିଜେପିର ଗୋଡ଼ ତଳୁ ମାଟି ଖସି ଗଲାଣି ।

ବିଜେପୁର ପରାଜୟକୁ ଭୁଲି, ୨୦୧୯ ପାଇଁ ରଣନୀତି ଆରମ୍ଭ କରିଦେଇଛି ବିଜେପି । ଆଉ ଓଡ଼ିଶା ବିଜେପିରେ ଶକ୍ତି ସଂଚାର ପାଇଁ ପୁଣି ଥରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏଥର ଟାର୍ଗେଟ୍ରେ ପଶ୍ଚିମ ଓଡ଼ିଶା । ସେହି ପଶ୍ଚିମ ଓଡ଼ିଶାରୁ ଅଭିଯାନ ଆରମ୍ଭ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯେଉଁ ଅଂଚଳରୁ ବିଜେପି ରାଜ୍ୟ ସଭାପତି ନିର୍ବାଚିତ ହୋଇଛନ୍ତି, ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । କୁହାଯାଏ-ପଶ୍ଚିମ ଓଡ଼ିଶାରେ ରହିଛି ବିଜେପିର ଏକ ବଡ ଭୋଟବ୍ୟାଙ୍କ୍ ।ସେହି ଭୋଟ୍ ବ୍ୟାଙ୍କକୁ ନିଶ୍ଚିତ କରିବା ପାଇଁ ଏପ୍ରିଲ ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଆସୁଛନ୍ତି ଅମିତ ଶାହା । ମିଶନ୍ ୧୨୦ ନାରାରେ ଜୀବନ୍ୟାସ୍ ଦେବା ସହ ଭୋଟରଙ୍କ ଆଗରେ ରଖିବେ ମୋଦିଙ୍କ ବିକାଶ ମଡେଲ୍ । ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ତାରିଖ ଏବଂ ସ୍ଥାନ ଚୁଡାନ୍ତ ହୋଇନଥିଲେ ବି ଏପ୍ରିଲ ମାସରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଛି । ଆଉ ସୂଚନା ଅନୁସାରେ ବଲାଙ୍ଗିର ଏବଂ ଭବାନୀପାଟଣାରେ ଜନସମାଗମକୁ ସମ୍ବୋଧନ କରିବେ ଅମିତ ଶାହା ।

କିନ୍ତୁ ଶାସକ ବିଜେଡି କିନ୍ତୁ ୨୦୧୯ ପାଇଁ ଦୃଢ଼ ନିଶ୍ଚିତ । ଆଉ ବିଜେପୁର ଉପ-ନିର୍ବାଚନର ଫଳାଫଳ ବିଜେଡିର ଉତ୍ସାହକୁ ଦୁଇଗୁଣିତ କରିଦେଇଛି । ଯେଉଁ ବିଜେପୁର, କଂଗ୍ରେସର ଗଡ଼ ଥିଲା ଏବଂ ପଂଚାୟତ ନିର୍ବାଚନରେ ବିଜେପି ୯୦ ହଜାରରୁ ଅଧିକ ଭୋଟ୍୍ ଅଧିକ ପାଇଥିଲା, ସେଠି ଦମ୍ ଦେଖାଇଛି ବିଜେଡି ।ବିଜେଡିର ଦମ୍ଭୋକ୍ତି ଏବଂ ବିଜେପିର ରଣନୀତି ଭିତରେ ଆପଣ ଯାଏଁ ମନକୁ ଚାଲି ଆସୁଛି ଅମିତ ଶାହାଙ୍କ ସେହି ମିଶନ୍ ୧୨୦ ନାରା ।

ହେଲେ ଯେତେବେଳେ ୟୁପି ଓ ବିହାର ଉପ-ନିର୍ବାଚନର ଫଳାଫଳ ଆସିଲା, ଏହିଭଳି ନାରାକୁ ବାଏ ବାଏ ଉଡ଼ାଇ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଥିଲେ ବିଜେପି ପାଦ ତଳୁ ମାଟି ଖସିବା ଆରମ୍ଭ କଲାଣି । ଆଉ ଏସବୁ ଭିତରେ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ଓଡ଼ିଶା ଗସ୍ତ ସମୟରେ କ’ଣ ବାର୍ତା ଦେଉଛନ୍ତି ଏବଂ ବିଜେପି ନେତା ଓ କର୍ମୀ ତାକୁ କେମିତି କାର୍ଯ୍ୟକାରୀ କରୁଛନ୍ତି ତା ଉପରେ ହିଁ ନଜର ।