ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ : ଭୁବନେଶ୍ୱରରେ ପହଁଚିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ

27

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଁଚିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ସ୍ୱତନ୍ତ୍ର ବିମାନରେ ଆସି ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଁଚିଛନ୍ତି  ରାଜନାଥ । ରାଜ୍ୟ ବିଜେପି ପକ୍ଷରୁ ରାଜନାଥଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ ବିମାନବନ୍ଦରରେ ରାଜନାଥଙ୍କୁ ସ୍ୱାଗତ ଜଣାଇଛନ୍ତି । ବିମାନବନ୍ଦରରୁ ହୋଟେଲ ମେ ଫେୟାରକୁ ସିଧା ଯାଇଛନ୍ତି ରାଜନାଥ । ଦୁଇ ଦିନିଆ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବେ ରାଜନାଥ ।