କ୍ଷମା ଦେଲେ ନାହିଁ ନେତା,ଆଇନ କାନୁନରେ ଫସିଗଲେ ଅଭିନେତା ! ସିଦ୍ଧାର୍ଥ ମଲହୋତ୍ରାଙ୍କ ପାଇଁ ବଢିଲା ଅଡୁଆ

52

କିଛି ଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତାମାନେ ନିଜ କଥାକୁ ନେଇ ବିବାଦ ମଧ୍ୟରେ ଫସି ଯାଉଥିବା ଘଟଣା ସାମ୍ନାକୁ ଆସୁଛି । ଫିଲ୍ମ ପଦ୍ମାବତୀ ବିବାଦ ଏକ ଜାତୀୟ ବିବାଦ ଭାବରେ ମୁଣ୍ଡ ଟେକିବା ପରଠାରୁ ଏହି ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଫିଲ୍ମ ଇଣ୍ଡଷ୍ଟ୍ରିକୁ । ସଲମାନ ଏବଂ ଶିଳ୍ପା ସେଟ୍ଟୀ ମଧ୍ୟ କିଛି ଶବ୍ଦ ବ୍ୟବହାର କରି ଆଇନ କାନୁନ ମଧ୍ୟରେ ଫସି ଯାଇଥିଲେ । ଏବେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ କ୍ଷେତ୍ରରେ ।

26f9c249-sidharth-malhotra-in-uniform-aiyaary-500x360ସିଦ୍ଧାର୍ଥ ମଲହୋତ୍ରା ଭୋଜପୁରୀକୁ ନେଇ ଏଭଳି କିଛି କମେଂଟ କରିଛନ୍ତି ଯାହାପରେ ସେ ସମସ୍ୟା ମଧ୍ୟରେ ଫସି ଯାଇଛନ୍ତି । ପ୍ରଥମେ ଅଭିନେତ୍ରୀ ନୀତୁ ଚନ୍ଦ୍ରା ତାଙ୍କର କ୍ଲାସ ନେଇଥିଲେ ଯେଉଁଥିପାଇଁ ସିଦ୍ଧାର୍ଥ କ୍ଷମା ମଧ୍ୟ ମାଗିଥିଲେ । କିନ୍ତୁ ଏହାପରେ ସେ ସଂପୂର୍ଣ୍ଣ ଫସି ଯାଇଛନ୍ତି ।

ବାସ୍ତବରେ ଦିଲ୍ଲୀରୁ ବିଜେପି ସାଂସଦ ଏବଂ ଭୋଜପୁରୀ ତାରକା ମନୋଜ ତିୱାରୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିରୋଧରେ ଜନହିତ ମାମଲା ରୁଜୁ କରିଛନ୍ତି । ମନୋଜଙ୍କ କହିବା ଅନୁସାରେ ସିଦ୍ଧାର୍ଥ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା କଥା ବିଷୟରେ ସେ ଏବେ ସୂଚନା ପାଇଲେ । ସେ ଆଉ ମଧ୍ୟ କହିଛନ୍ତି ଏହି ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ମଧ୍ୟ ଭୋଜପୁରୀ କହୁଥିଲେ । ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ବିହାରର ପ୍ରାୟ ୨୨ କୋଟି ଲୋକ ଭୋଜପୁରୀ କହୁଛନ୍ତି । ଏହି ଦେଶର ଅଧିକାଂଶ ଲୋକ ଭୋଜପୁରୀ କୁହନ୍ତି । ସିଦ୍ଧାର୍ଥ ମଲହୋତ୍ରା ସେହି ସମସ୍ତ ଭୋଜପୁରୀ ଭାଷାଭାଷୀ ଲୋକଙ୍କର ଅପମାନ କରିଛନ୍ତି ।

ବିଗବସ ୧୧ରେ ନିଜ ଫିଲ୍ମ ‘ଅୟାରୀ’ର ପ୍ରମୋଶନ ପାଇଁ ମନୋଜ ବାଜପେୟୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ସେହି ସେଟରେ ପହଂଚିଥିଲେ । ସେହି ସମୟରେ ମନୋଜ ବାଜପେୟୀ ଟାଇଗର ଜିନ୍ଦା ହୈର ଡାଏଲଗ କହିବା ପାଇଁ ସିଦ୍ଧାର୍ଥଙ୍କୁ କହିଥିଲେ । ତେବେ ସିଦ୍ଧାର୍ଥ କଷ୍ଟ ମଷ୍ଟେ ଭୋଜପୁରୀ ଭାଷା କହିଥିଲେ କିନ୍ତୁ ସେ ଏହା ମଧ୍ୟ କହିଥିଲେ ଯେ ଭୋଜପୁରୀ ଭାଷା କହିବା ସମୟରେ ତାଙ୍କୁ ଟଶଲେଟରେ ବସିବା ଭଳି ଅନୁଭବ ହେଉଛି । ତେବେ କାହାକୁ କ୍ଷତି ପହଂଚାଇବା ଭଳି ସେ ଏହା କହି ନଥିଲେ ବୋଲି ଟ୍ୱିଟରରେ ଲେଖିଛନ୍ତି ଏବଂ କ୍ଷମା ମଧ୍ୟ ମାଗିଛନ୍ତି ।