ବିଜେପି ସାଂସଦଙ୍କ ବିବାଦୀୟ ବୟାନ ! କହିଲେ, ଦରମା ଟଙ୍କାରେ ଚଳିପାରୁନାହାନ୍ତି ନେତା, ଚୋରି କରିବା ପାଇଁ ହେଉଛନ୍ତି ବାଧ୍ୟ

ବିଜେପି ସାଂସଦଙ୍କ ବିବାଦୀୟ ବୟାନ

209

କନକ ବ୍ୟୁରୋ : ବିଜେପି ସାଂସଦଙ୍କ ବିବାଦୀୟ ବୟାନ । କହିଲେ, ବର୍ତମାନ ସମୟରେ ନେତାମାନେ ଯେପରି ଭାବରେ ଦରମା ପାଉଛନ୍ତି ସେତିକି ଦରମାରେ ଚଳିବା ସମ୍ଭବ ନୁହେଁ । ତେଣୁ ଅନ୍ୟ ଉପାୟରେ ଧନ ଉପାର୍ଜନ କରିବା ପାଇଁ ପଡିବ । କାରଣ ନିଜ ନିର୍ବାଚନୀ ମଣ୍ଡଳରେ ନିର୍ବାଚନ ସମୟରେ ଅନେକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିଥାଏ । ତେଣୁ ଟଙ୍କାର ବହୁ ପରିମାଣରେ ଆବଶ୍ୟକତା ରହିଛି । ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ବସ୍ତି ଲୋକସଭା ଆସନର ବିଜେପି ସାଂସଦ ହରିଶ ଦ୍ୱିବେଦୀ ଏପରି କହିଛନ୍ତି ।

 

ନିଜ ନିର୍ବଚନୀ ମଣ୍ଡଳରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଶ୍ରୀ ଦ୍ୱିବେଦୀଙ୍କୁ ଅତିଥି ଭାବରେ ଡକାଯାଇଥିଲା । ଏହି ସଭାରେ ସେ କହିଛନ୍ତି ଯେ, ବର୍ତମାନ ସମୟରେ ନେତାମାନଙ୍କୁ ମିଳୁଥିବା ଦରମା ଟଙ୍କାରେ ଚଳିବା ସମ୍ଭବ ନୁହେଁ । କାରଣ ନେତାଙ୍କର ଅନେକ ଖର୍ଚ୍ଚ ରହିଥାଏ । ଏବେ କୌଣସି ନେତା ନିଜ ଦରମା ଟଙ୍କାରେ ଚଳିପାରୁନାହାନ୍ତି । ତେଣୁ ଧନ ପାଇଁ ଅନ୍ୟ ଉପାୟ କରିବା ପାଇଁ ପଡୁଛି ବୋଲି ସାଂସଦ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ସାଂସଦଙ୍କୁ ପ୍ରତ୍ୟେକ ଦିନ ୧୨ ଜଣ କର୍ମଚାରୀଙ୍କ ଆବଶ୍ୟକତା ରହିଛି । ତେଣୁ ଏସବୁ ଲାଗି ଟଙ୍କାର ଆବଶ୍ୟକତା ରହିଛି ।ତେଣୁ ଟଙ୍କା ପାଇଁ ଚୋରି କରିବା ପାଇଁ ପଡେ ବୋଲି ସାଂସଦ କହିଛନ୍ତି ।

 

ଏହାସହ ସେ ଏନେଇ ପାର୍ଟିର ବରିଷ୍ଠ ନେତାଙ୍କ ସହ ଆଲୋଚନ କରିବେ ବୋଲି କହିଛନ୍ତି । ସେ ଦିଲ୍ଲୀରେ ଶାସନ କ୍ଷମତାରେ ଥିବା ଆପ ସରକାରଙ୍କ ମଧ୍ୟ ପ୍ରଶଂସା କରି କହିଛନ୍ତି, ସେଠାକାର ସରକାର ଯେପରି ଭାବରେ ତାଙ୍କ ବିଧାୟକମାନଙ୍କ ଦରମା ବଢାଇଲେ ତାହା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ । ମିଳିଥିବା ସୂଚନା ଅନୁସାରେ ସେହି ସଭାରେ ଜଣେ ଯୁବକଙ୍କ ପ୍ରଶ୍ନର କିଛି ଏପରି ଭାବରେ ଉତ୍ତର ଦେଇଥିଲେ ସାଂସଦ । ଦେବେ ଏହା କହିବା ପରେ ସାରା ଦେଶରେ ନେତାଙ୍କ ଏପରି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି ।