୧୭ ତମ ଲୋକସଭା ପାଇଁ ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଲେ ଡା. ବିରେନ୍ଦ୍ର କୁମାର ! ୬ ଥର ବିଜେପି ସାଂସଦ ରୁପେ ନିର୍ବାଚନ ଲଢିଛନ୍ତି ଡା. ବିରେନ୍ଦ୍ର କୁମାର

219

୧୭ ତମ ଲୋକସଭା ପାଇଁ ବିଜେପିର ସାଂସଦ ଡା. ବିରେନ୍ଦ୍ର କୁମାରଙ୍କୁ ପ୍ରୋଟେମ୍ ସ୍ପିକର୍ ତଥା ଅସ୍ଥାୟୀ ବାଚସ୍ପତି ରୁପେ ଚୟନ କରାଯାଇଛି । ଏହା ପୂର୍ବରୁ ଲୋକସଭାର ପ୍ରୋଟେମ୍ ସ୍ପିକର୍ ପାଇଁ ବରେଲୀ ସାଂସଦ ସନ୍ତୋଷ ଗଙ୍ଗୱାର୍ ଏବଂ ସୁଲତାନପୁର ସାଂସଦ ମେନେକା ଗାନ୍ଧୀଙ୍କ ନାଁ ସାମ୍ନାକୁ ଆସିଥିଲା । ତେବେ ବିଜେପି ନେତୃତ୍ୱ ଏହି ଦୁଇ ନାଁକୁ ଖାରଜ କରିଦେଇଥିଲା । ବାଲ୍ୟକାଳରୁ ଆରଏସଏସ୍ ସହ ଜଡିତ ଥିବା ମଧ୍ୟପ୍ରଦେଶର ବିରେନ୍ଦ୍ର କୁମାର ଟିକମଗଢରୁ ୬ ଥର ଲୋକସଭା ସଦସ୍ୟ ଏବଂ ବିଜେପିର ଦଳିତ ଚେହେରା ରହିଆସିଛନ୍ତି । ସେ ନିଜ ସଚ୍ଚୋଟତା ପାଇଁ ଲୋକପ୍ରିୟ ହୋଇପାରିଛନ୍ତି । ସେ ସହରକୁ ଯିବା ସମୟରେ ମଧ୍ୟ ଲିଫ୍ଟ ନେଇ ଯାଉଥିବା ଫଟୋ ଦେଖିବାକୁ ମିଳିଥାଏ । ତାଙ୍କର ଜଣେ ସହଯୋଗୀଙ୍କ କହିବାନୁସାରେ, ବିରେନ୍ଦ୍ର ଦିଲ୍ଲୀ ଯେତେବେଳେ ବି ଆସନ୍ତି ସାଧାରଣ ବ୍ୟକ୍ତିି ଭଳି ଷ୍ଟେସନରେ ଓହ୍ଲାଇ ଘରକୁ ଯିବା ପାଇଁ ଅଟୋ-ରିକ୍ସା ନେଇଥାନ୍ତି ।

କିଏ ଏହି ବିରେନ୍ଦ୍ର କୁମାର ?

ଫେବୃୟାରୀ ୨୭ ତାରିଖ ୧୯୫୪ ରେ ଜନ୍ମ ହୋଇଥିବା ବିରେନ୍ଦ୍ର କୁମାର ୧୯୯୬ ରେ ୧୧ ତମ ଲୋକସଭା ସିଟରେ ସାଗରରୁ ପ୍ରଥମଥର ପାଇଁ ସାଂସଦ ହୋଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଦେଖିନଥିଲେ । ୨୦୦୯ ରୁ ୧୪ ଭିତରେ ଟିକମଗଢ ଲୋକସଭା ସିଟ୍ ରୁ ସେ ନିର୍ବାଚନ ଜିତିଥିଲେ ।