କେନ୍ଦ୍ର ସରକାରଙ୍କ ତିନି ବର୍ଷପୂର୍ତିରେ ମୋଦିଙ୍କ ପ୍ରତିଶ୍ରୁତି କଥା ଉଠାଇଲେ ବିଧାୟକ ଦିଲ୍ଲୀପ ରାୟ ! କହିଲେ, ତାଙ୍କୁ ମିଛୁଆ ବନାଇଲେ ମୋଦି

18

କନକ ବ୍ୟୁରୋ : ମୋଦି ସରକାରଙ୍କ ୩ ବର୍ଷ ପୂର୍ତିରେ ସଫଳତାର କଥା ନେଇ ସବୁଠି ବିଜେପି ଚର୍ଚ୍ଚା କରିଥିବା ବେଳେ ଭିନ୍ନ କଥା କହିଛନ୍ତି ଦଳୀୟ ବିଧାୟକ ଦିଲ୍ଲୀପ ରାୟ । ତିନି ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ମାଟିରେ ଠିଆ ହୋଇଥିବା ଦେଇଥିବା ଦୁଇଟି ପ୍ରତିଶ୍ରୁତି ବର୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବା କହିଛନ୍ତି ଦିଲ୍ଲୀପ ।

ଆଇଜିଏଚକୁ ସୁପରସ୍ପେଶାଲିଟି ହସ୍ପିଟାଲ ଓ ବ୍ରାହ୍ମଣୀସେତୁ ନିର୍ମାଣ ପାଇଁ ମୋଦି ପ୍ରତିଶ୍ରୁତି ଦେଇଥିଲେ । ଏହା ଭିତରେ ତିନିବର୍ଷ ବିତିଯାଇଛି ଏବଂ ଦିଲ୍ଲୀପ ରାୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ୭ ଥର ଭେଟିଛନ୍ତି । ଏପରିକି ସେ ସଂପୃକ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାୟ ୧୪ଥର ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ।