ଯାଜପୁରରେ ବିଜେପି ନେତା ଅଭିମନ୍ୟୁ ଦାସଙ୍କ ହତ୍ୟାକାଣ୍ଡ ଘଟଣା ! ମୁଖ୍ୟ ଅଭିଯୁକ୍ତ ଗିରଫ

40

କନକ ବ୍ୟୁରୋ : ଯାଜପୁର ବିଂଝାରପୁର ଥାନା ସିଂହପୁରରେ ବିଜେପି ନେତା ଅଭିମନ୍ୟୁ ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ପୂର୍ଣ୍ଣ ଚନ୍ଦ୍ର ସାହୁ ଓରଫ ପୁନିଆକୁ ଗିରଫ କରିଛି ବିଂଝାରପୁର ପୁଲିସ୍ । ଗତ କାଲି ସଂଧ୍ୟାରେ ଛତିଆ ଅଂଚଳରୁ ତାକୁ ଗିରଫ କରାଯାଇଛି ।

ବ୍ୟକ୍ତିଗତ ଶତୃତାକୁ କେନ୍ଦ୍ର କରି ଅଭିମନ୍ୟୁଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଗତ ୯ ତାରିଖ ବିଳମ୍ବିତ ରାତିରେ ବିଜେପି ନେତା ଅଭିମନ୍ୟୁ ଦାସଙ୍କ ଉପରେ ଅଭିଯକ୍ତ ପୁନିଆ ବୋମାମାଡ କରିଥିଲା । ପଂଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ବିଜେପି ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ରାଜନୈତିକ ହତ୍ୟାକାଣ୍ଡକୁ ଅସ୍ୱୀକାର କରିଛି ପୋଲିସ ।

ଏହାସହ ମଧ୍ୟ ଦେଖନ୍ତୁ-