ବିଜେପି ମନ୍ତ୍ରୀଙ୍କ ଜିତିବା ନିଶା । ଭୋଟକେନ୍ଦ୍ରରେ ଜାଳିଲେ ଧୂପକାଠି, ଇଭିଏମକୁ କଲେ ନମସ୍କାର । ଦେଖନ୍ତୁ ଭିଡିଓ

583

ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତେବେ ଏହି ନିର୍ବାଚନ ବୈତରଣୀ ପାର ହେବା ପାଇଁ ପ୍ରାର୍ଥୀ ମାନେ ଜି ଜାନ ଲଗାଇ ଦେଇଛନ୍ତି । ଏପରିକି କିଛି ପ୍ରାର୍ଥୀ ଜିତିବା ପାଇଁ ଭଗବାନଙ୍କ ଶରଣରେ ପଶିଛନ୍ତି । ଏଭଳି ଚିତ୍ର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ସାମ୍ନାକୁ ଆସିଛି । ବେମେତରା ଜିଲ୍ଲାର ନବାଗଡ ବିଧାନସଭା କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ତଥା ରମଣ ସରକାରରେ ମନ୍ତ୍ରୀ ଥିବା ଦୟାଲଦାସ ବଘେଲଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ଭୋଟକେନ୍ଦ୍ରରେ ଦୟାଲଦାସ ଧୂପକାଠି ଧରି ପସିଥିଲେ । ଯାହା ଦେଖି ଭୋଟ ଦେବାକୁ ଆସିଥିବା ଲୋକ ମଧ୍ୟ ତାଜୁବ ହୋଇଯାଇଥିଲେ ।


ମତଦାନ କେନ୍ଦ୍ର ଖୋଲା ହେବା କ୍ଷଣି ଦୟାଲଦାସ ଧୂପକାଠି ଜଣାଇ ପୂରା ବୁଥର ଚକ୍କର କାଟିଥିଲେ । ପରେ ନଡିଆ ହାତରେ ଧରି ଇଭିଏମକୁ ପ୍ରଣାମ କରିଥିଲେ । ଆଉ ଏହାପରେ ମତଦାନ କେନ୍ଦ୍ରରୁ ବାହାରକୁ ଯାଇ ନଡିଆ ଭାଙ୍ଗିଥିଲେ । ପୂଜାର୍ଚ୍ଚନା ସରିବା ପରେ ରମଣଙ୍କ ମନ୍ତ୍ରୀ ଭୋଟ ଦେଇଥିଲେ । ତେବେ ମତଦାନ କେନ୍ଦ୍ର ମଧ୍ୟରେ ଦୟାଲଦାସଙ୍କ ଏଭଳି କାର୍ଯ୍ୟ ଦେଖିବା ପରେ ମଧ୍ୟ କେହି ଆପତ୍ତି ଜଣାଇନଥିଲେ ।

ଅନ୍ତିମ ପର୍ଯ୍ୟାୟରେ ୭୬.୩୪ ପ୍ରତିଶତ ଭୋଟର ମତଦାନ କରିଥିଲେ । ମଙ୍ଗଳବାର ୧୯ ଜିଲ୍ଲାର ୭୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା । ଯେଉଁଥିରେ ୧୦୭୯ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ । ଆଗାମୀ ଡିସେମ୍ବର ୧୧ ତାରିଖରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ ।

Comments are closed.