ନଗଡା ଶିଶୁ ମୃତ୍ୟୁ ଘଟଣା : ସମାଧାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

70

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନଗଡ଼ା ଶିଶୁ ମଡ଼କ ଘଟଣାରେ ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଛି ବିଜେପି ପ୍ରତିନିଧି ଦଳ। ନଗଡ଼ାରେ ଶିଶୁ ମଡ଼କ ବେଳେ ଏସଏନପି, ଅଙ୍ଗନବାଡି ଅର୍ଥ ଖର୍ଚ ନହୋଇ ପଡ଼ିରହିଛି ବୋଲି ଦଳ ଅଭିଯୋଗ କରିଛି। ଟୀକାକରଣ, ସ୍ୱାସ୍ଥ୍ୟ ସେବା, ଖାଦ୍ୟ ସୁରକ୍ଷା ମନରେଗା, ଅନ୍ତୋଦୟ, ଅନ୍ନପୂର୍ଣ୍ଣା, ଜଙ୍ଗଲ ଅଧିକାର ଯୋଜନା ଆଦି ନଗଡ଼ାରେ ପହଁଚି ପାରିନାହିଁ । ପୂର୍ବରୁ ଏନେଇ ବିଧାୟକ ରବି ନାୟକ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ ମଧ୍ୟ ସରକାର ତାଙ୍କର କର୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିବା ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ରାଜ୍ୟପାଳ ତାଙ୍କର ବିଶେଷ ଅଧିକାର ପ୍ରୟୋଗ କରିବାକୁ ଦାବି କରିଛି ବିଜେପି । ନଗଡ଼ାର ଉନ୍ନତି ତଥା ବିକାଶ ପାଇଁ ଅର୍ଥ ସମସ୍ୟା ନଥିଲେ ମଧ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ଏଭଳି ଦୁଃଖଦ ଘଟଣା ଘଟିଲା । କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷାଠୁ ଆରମ୍ଭ କରି କୌଣସି ଜନହିତକର ଯୋଜନା ନଗଡ଼ା ଲୋକଙ୍କ ନିକଟରେ ନପହଁଚିପାରିବା ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।