ବିଜେପି ଦଫ୍ତରରେ ନେତାଙ୍କ ମେଳି । ଫଳାଫଳ ପୂର୍ବରୁ କ୍ଷମତା ପାଇଁ ବଡ କସରତ, ଏକାଠି ହେଉଛନ୍ତି ବିଜେପିର ତୁଙ୍ଗ ନେତା ।

191

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳକୁ ଆଉ ମାତ୍ର ୪୮ ଘଣ୍ଟାର ସମୟ ବାକି ରହିଛି । ଆଉ ଫଳାଫଳ ଆସିବା ପୂର୍ବରୁ କସରତ ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ । ଏନଡିର ସହଯୋଗୀ ଦଳ ନେତାଙ୍କ ବୈଠକ ଆଉ କିଛି ସମୟ ପରେ ବସିବ । ଏଥିପାଇଁ ବିଜେପି ଦଫ୍ତରରେ ନେତାଙ୍କ ଭିଡ ଦେଖିବାକୁ ମିଳିଲାଣି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି ଏହି ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସହଯୋଗୀ ଦଳ ନେତାଙ୍କ ସହ ସରକାର ଗଠନ ନେଇ ରଣନୀତି ପ୍ରସ୍ତୁତ କରିବେ ଶାହା ।

 ଅକାଳି ଦଳ ନେତା ପ୍ରକାଶ ସିଂ ବାଦଲ, ଶିବସେନା ପ୍ରମୁଖ ଉଦ୍ଧବ ଠାକରେ, ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ରାମବିଳାସ ପାଶୱାନଙ୍କ ସମେତ ସମସ୍ତ ସହଯୋଗୀ ଦଳନେତା ଏହି ବୈଠକରେ ସାମିଲ ହେବେ । ବୈଠକ ପରେ ରାତ୍ରୀ ଭୋଜନର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେହିପରି ମିଳିଥିବା ସୂଚନା ଅନୁସାରେ, ଏନଡିଏର ସବୁ ବିଜୟୀ ନେତାଙ୍କୁ ୨୪ତାରିଖ ରାତି ସୁଦ୍ଧା ଦିଲ୍ଲୀରେ ପହଂଚିବା ପାଇଁ କହିବେ ଅମିତ ଶାହା । ଏକଜିଟ ପୋଲ ଏନଡିଏ ସପକ୍ଷରେ ଆସିବା ପରେ ବିଜେପି ମୋଦି ସରକାର ପାର୍ଟ-୨ର ପ୍ରସ୍ତୁତରେ ଲାଗିପଡିଛି । ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ।