କେମିତି ଜିତିହେବ ବିଧାନସଭା : ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀଣିରେ ତିଆରି ଚାଲିଛି ରଣନୀତି

21

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀଣିର ଆଜି ଦ୍ୱିତୀୟ ଦିନ । ଦିଲ୍ଲୀ ଏନଡିଏମସି କନଭେନସନ ସେଂଟରରେ ଚାଲିଥିବା ଏହି ବୈଠକରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି ଚୂଡାନ୍ତ କରାଯାଉଛି । ବିମୁଦ୍ରାୟନ ଓ ସର୍ଜିକାଲ ଷ୍ଟ୍ରାଇକ ସଫଳତାକୁ ଧରି ବିଜେପି ଲୋକଙ୍କ ପାଖକୁ ଯିବାକୁ ସ୍ଥିର କରିଥିବା ଜଣାପଡିଛି ।
କାର୍ଯ୍ୟକାରିଣୀର ପ୍ରଥମ ଦିନକୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୫ଟି ରାଜ୍ୟରେ ପଦ୍ମ ଫୁଟାଇବାକୁ ଆହ୍ୱାନ ଦେଇଛନ୍ତି । ନୋଟ ବ୍ୟାନ ଓ ସର୍ଜିକାଲ ଷ୍ଟ୍ରାଇକ ସରକାରଙ୍କ ସାହାସିକ ପଦକ୍ଷେପ ବୋଲି ସେ କହିଛନ୍ତି । କଳାଧନ ଓ ଦୁର୍ନୀତି ବିରୋଧରେ ନୋଟ ବ୍ୟାନ ଏକ ସଶକ୍ତ ପଦକ୍ଷେପ ଏବଂ ଏଥିରେ ସରକାରଙ୍କୁ ସମର୍ଥନ ମିଳିଛି । ନିକଟରେ ହୋଇଥିବା ମହାନଗର ନିର୍ବାଚନରେ ଏହାର ପ୍ରମାଣ ମିଳିଥିବା ଅମିତ ଶାହା କହିଛନ୍ତି ।