ଟାର୍ଗେଟରେ ପଂଚାୟତ ନିର୍ବାଚନ : ରାଜ୍ୟ କାର୍ଯ୍ୟାଳୟରେ ରଣନୀତି ପ୍ରସ୍ତୁତ କରୁଛି ବିଜେପି

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ବିଭିନ୍ନ ରାଜନୈତିକ ଦଳର ରଣନୀତି । ପଂଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କରିଛି ବ୍ଲୁପ୍ରିଂଟ । କିଭଳି ପଂଚାୟତସ୍ତରରେ ଦଳର ସାଙ୍ଗଠନିକ ଦକ୍ଷତା ବୃଦ୍ଧି ହେବ, ଓ ପଂଚାୟତ ନିର୍ବାଚନ ପାଇଁ ଦଳର ଯୋଜନା କଣ ହେବ ସେନେଇ ବିଜେପି ପକ୍ଷରୁ ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି ।

ନବୀନ ସରକାରଙ୍କ ଦୁର୍ବଳତା, ମୋଦିଙ୍କ ଜନ କଲ୍ୟାଣ ଯୋଜନାକୁ ଗାଁ ଗହଳିରେ ପହଂଚାଇବା ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରାଯାଉଛି ।