ଆଜି ବିଜେପିର ମିଶନ କେନ୍ଦ୍ରାପଡ଼ା ! ଦଳରେ ମିଶିବେ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା

37

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଇଛାପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ମିଶ୍ରଣ ପର୍ବ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ତେବେ ମିଶ୍ରଣ ସଭାକୁ କେନ୍ଦ୍ରାପଡ଼ାର ପ୍ରଭାବଶାଳୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଡକାଯାଇନାହିଁ । ପୂର୍ବତନ ବିଧାୟକ ତଥା ଏନସିପି ନେତା ଉତ୍କଳ କେଶରୀ ପରିଡ଼ା ଓ ଅନ୍ୟ କିଛି ନେତା ଆଜି ଦଳରେ ଯୋଗଦେବେ ।

ଏ ସମ୍ପର୍କରେ ରାଜ୍ୟ ନେତୃତ୍ୱ ବିଜୟଙ୍କ ସହ କୌଣସି ଆଲୋଚନା କରିନଥିବା ବି ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେଉଛି, ବିଜୟଙ୍କୁ ଚ୍ୟାଲେଞ୍ଜ ଦେବାକୁ ଉକ୍ରଳଙ୍କୁ ବିଜେପିରେ ସାମିଲ କରାଯାଉଛି । ଏ ନେଇ ବିଜୟଙ୍କ ସମର୍ଥକ ବି ଅସନ୍ତୋଷ ପ୍ରକାଶ କରିସାରିଛନ୍ତି । ତେଣୁ ଆଜିର ମିଶ୍ରଣ ପରେ କେନ୍ଦ୍ରପଡ଼ା ବିଜେପି ରାଜନୀତି କେଉଁ ଆଡ଼କୁ ଯାଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ ଆଜିର ମିଶ୍ରଣ ସଭା ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ଦେଖାଇବାକୁ ଯାଉଥିବାବେଳେ ୫ କଂଗ୍ରେସ ନେତାଙ୍କୁ ଅଟକ ରଖିଛି ପୋଲିସ ।  ଅଟକଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଅଛନ୍ତି । ଏମାନେ ପ୍ରତିବାଦ ପାଇଁ କଳାପତାକା ଧରି ସଭା ସ୍ଥଳକୁ ଯାଉଥିଲେ ।