ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ : ଫୋକସରେ ପଂଚାୟତ ନିର୍ବାଚନ

29

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ । ଦଳର ଫୋକସରେ ରହିଛି ଆଗାମୀ ପଂଚାୟତ ନିର୍ବାଚନ । ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଦଳୀୟ ପଦାଧିକାରୀ ସାମିଲ ହୋଇଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ କିଭଳି ମୋଦି ସରକାରଙ୍କ ଦୁଇ ବର୍ଷର ସଫଳତା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଯାଇ ପାରିବ ସେ ନେଇ ବୈଠକରେ ଆଲୋଚନା ହେଉଛି ।

ତେବେ କାର୍ଯ୍ୟକାରିଣୀରେ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଛି ଦଳ । ଗରିବ ଲୋକଙ୍କ ଚାଉଳ, ରାସନ କାର୍ଡ ଏବଂ ବାସଗୃହ ହଡପ ହୋଇଥିବା ଅଭିଯୋଗ କରିଛି । ସେହିପରି ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ, ଡାକ୍ତରଖାନାରେ ଡାକ୍ତର ଅଭାବ ଏବଂ ଲୋକଙ୍କୁ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ପୂରଣ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ ବାଢିଛିି । ସରକାରଙ୍କୁ ସମାଲୋଚନା ପରେ ଏହାର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ସମୀର ଦାସ କହିଛନ୍ତି ରାଜ୍ୟରେ ଦୁଇ ନମ୍ବର ଦଳ ହେବା ପାଇଁ ବିଜେପି ସଂଘର୍ଷ ଜାରି ରଖିଛି ।