ଖୋଲିଲା ଚୌକିଦାରଙ୍କ ପେଡ଼ି ! ବିଜେପି ସଙ୍କଳ୍ପ ପତ୍ରରେ କୃଷକଙ୍କୁ ପ୍ରାଧାନ୍ୟ,ସମସ୍ତ କୃଷକଙ୍କୁ ୬୦୦୦ ଟଙ୍କା ପ୍ରଦାନର ପ୍ରତିଶ୍ରୁତି

172

କନକ ବ୍ୟୁରୋ : ଖୋଲିଲା ଚୌକିଦାରଙ୍କ ପେଡ଼ି । ଲୋକସଭା ୨୦୧୯ ପାଇଁ ବିଜେପି ଜାରି କଲା ସଙ୍କଳ୍ପ ପତ୍ର । ୪୮ ପୃଷ୍ଠା ବିଶିଷ୍ଟ ତଥା ୭୫ ସଙ୍କଳ୍ପ ସହ ବିଜେପି ଖୋଲିଲା ପ୍ରତିଶ୍ରୁତିର ପିଟାରା । ମୋଦି ଓ ଶାହ ଫୁଙ୍କିଲେ ନିର୍ବାଚନୀ ବିଗୁଲ । ବିଜେପିର ଏହି ସଙ୍କଳ୍ପ ପତ୍ରର ନାମ ସଙ୍କଳ୍ପିତ ଭାରତ, ଶସକ୍ତ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ, ରାଜନାଥ ସିଂ, ଅରୁଣ ଜେଟଲୀଙ୍କ ନେତୃତ୍ୱରେ ଜାରି ହେଲା ବିଜେପି ସଙ୍କଳ୍ପ ପତ୍ର । ଏହି ଅବସରରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ୬ କୋଟି ଲୋକଙ୍କ ସହ ଆଲୋଚନା କରି ସଙ୍କଳ୍ପ ପ୍ରସ୍ତୁତ କରାଯାଇଛି ।

ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ୭୫ଟି ସଙ୍କଳ୍ପ ଆଣି ଜନତାଙ୍କ ପାଖରେ ପହଞ୍ଚିବେ ମୋଦି । ପୁଣି ଥରେ ଦିଲ୍ଲୀ ଗାଦିି ଅକ୍ତିଆର କରିବା ପାଇଁ ବିଜେପି ଆଣିଲା ସଙ୍କଳ୍ପ ପତ୍ର । ପାଂଚ ବର୍ଷ ଶାସନ କରିସାରିବ ପରେ ଆଉ ପାଂଚ ବର୍ଷ ପାଇଁ ସତ୍ତାକୁ ଆସିବା ପାଇଁ ଦଳର ଭିଜନକୁ ଜନତାଙ୍କ ସାମ୍ନାରେ ରଖିଛନ୍ତି । ୨୦୧୯ ପାଇଁ ବିଜେପି ସଙ୍କଳ୍ପ ପତ୍ରରେ କୃଷକଙ୍କ ଉପରେ ପ୍ରାଧାନ୍ୟ ଦିଆଯାଇଛି । ୬୦ ବର୍ଷରୁ ଅଧିକ ବୟସ୍କ, ୟୁଦ୍ର ଓ ନାମମାତ୍ର କୃଷକଙ୍କ ସାସାଜିକ ସୁରକ୍ଷା ପାଇଁ ପେନସନ୍ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ତେବେ ଏହି ପେନସନ୍ ଯୋଜନାର ଦ୍ୱାରା କେବଳ ଛୋଟ ଓ ନାମାମତ୍ର ଚାଷୀ ଲାଭଭାବ ହୋଇପାରିବେ ।

ସମସ୍ତ କୃଷକଙ୍କୁ ମାସିକ ୬୦୦୦ ଟଙ୍କା ଲେଖାଏଁ ସହାତୟା ପ୍ରଦାନ ରକାଯିବ । ନିକଟରେ ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ । ଆଉ ଏହି ଯୋଜନା ଅନୁସାରେ ୨ ହେକ୍ଟର ପର୍ଯ୍ୟନ୍ତ ଜମିଥିବା କୃଷକଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଥିଲା । ବିନା ବାଟମାରଣାରେ କୃଷକଙ୍କ ଖାତାରେ ଏହି ଟଙ୍କା ସିଧାସଳଖ ପହଞ୍ଚିବ । ବିଜେପି ଏହି ଯୋଜନାକୁ ଆଉ ପାଦେ ଆଗେଇ ପ୍ରତିଶ୍ରୁତି ଦେଇଛି । କ୍ଷମତାକୁ ଆସିଲେ ସମସ୍ତ ଛୋଟ ବଡ଼ କୃଷକଙ୍କୁ ଏହି ସାହାଯ୍ୟ ଦିଆଯିବ ବୋଲି ଘୋଷଣା କରାଯାଇଛି ।