ନବୀନ ନିବାସ ଧସେଇ ପଶିବାକୁ ଉଦ୍ୟମ ବେଳେ ସୁରକ୍ଷାକର୍ମୀ ଓ ବିଜେପି ମହିଳା ମୋର୍ଚ୍ଚା ମୁହାଁମୁହିଁ । ୧୫ ଜଣ ମହିଳା ନେତ୍ରୀଙ୍କୁ ଉଠାଇ ନେଲା ପୁଲିସ୍

44

କନକ ବ୍ୟୁରୋ: ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିବାବେଳେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟକୁ ଅଟକାଇଲା ପୋଲିସ୍ । ଏହି ସମୟରେ ପୋଲିସ ସହ ବିଜେପି ମହିଳା ସଦସ୍ୟଙ୍କ ଧସ୍ତାଧସ୍ତି ହୋଇଛି । ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରାଥୀ ମହିଳାମାନଙ୍କ ପ୍ରସଙ୍ଗରେ ଆଶାଳୀନ ମନ୍ତବ୍ୟ ଦେଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ଏହାର ପ୍ରତିବାଦରେ ଆଜି ବିଜେପି ମହିଳା ମୋର୍ଚ୍ଚାର ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରାଯାଇଥିଲା । ବିଜେପି କହିଛି ଜଣେ ମହିଳା ପିଛା ଦୁଇ ଜଣ ସ୍ୱାମୀ ପରି ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇ ମହାରଥୀ ଓଡିଶାର ମହିଳା ସମାଜକୁ ଅପମାନିତ କରିଛନ୍ତିି ।