ଭୋପାଳରେ ଶକ୍ତି ଦେଖାଇଲା ବିଜେପି, କର୍ମୀଙ୍କୁ ବିଜୟ ମନ୍ତ୍ର ଦେଲେ ମୋଦି : କଂଗ୍ରେସକୁ ଟାର୍ଗେଟ କରି କହିଲେ ବନ୍ଦ ହେଉ ଭୋଟ୍ ବ୍ୟାଙ୍କ ରାଜନୀତି
କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବିଜେପି ପକ୍ଷରୁ ଆଜି ମହାକୁମ୍ଭର ଆୟୋଜନ କରାଯାଉଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବିଜେପିର ଶକ୍ତି ପ୍ରଦର୍ଶନ । ଦଳ ପକ୍ଷରୁ ମହାକୁମ୍ଭର ଆୟୋଜନ କରାଯାଇଛି । ବିଜେପିର ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସାମିଲ ହୋଇଛନ୍ତି । ଭୋପାଳ ଜମ୍ବୁରୀ ମୈଦାନରେ ଏକ ବିରାଟ ସଭାର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ଆରମ୍ଭରୁ କଣ୍ଠଶଳ୍ପୀ କୈଳାଳ ଖେର ଲାଇଭ ପରଫରମାନ୍ସ ଦେଇଛନ୍ତି । ଲକ୍ଷାଧିକ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏଠାରେ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ସ୍ୱାଧୀନତାର ୭୦ ବର୍ଷରେ ଦେଶ ଯେତିକି କ୍ଷତି ସହିଛି ସେଥିରୁ ବଂଚାଇବାକଚ ଚାହିଲେ ଭୋଟ୍ ବ୍ୟାଙ୍କ ରାଜନୀତି ଶେଷ କରିବା ପାଇଁ ପଡ଼ିବ । କଂଗ୍ରେସର ମିଛର ଝଡ଼ ସୃଷ୍ଟି କରୁଛି । ଆମ ପାଖରେ ଧନ ବଳ ନାହିଁ କିନ୍ତୁ ଜନବଳ ଅଛି ବୋଲି ମୋଦି କହିଛନ୍ତି । ଯାହା ଆଗାମୀ ନିର୍ବାଚନ ପାଇଁ ସହାୟକ ହେବ ।
ସେପେଟ ଆଜି ବିଜେପି ମହାକୁମ୍ଭରେ ପୁର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ଶିବରାଜ ସିଂହଙ୍କୁ ଭଗବାନ ଶିବ ଏବଂ ପତ୍ନୀ ସାଧନା ସିଂହଙ୍କୁ ଗୌରୀ ବୋଲି ଦର୍ଶାଯାଇଛି । ଭୋପାଳ ସହରରେ ଛାଇଯାଇଛି ଏହି ପୋଷ୍ଟରରେ । ଖାଲି ଏତିକି ନୁହେଁ ଏଥିରେ ଦୁହିଁଙ୍କ ଫଟୋ ସହ କ୍ୟାପସନ ମଧ୍ୟ ଲେଖାଯାଇଛି । ତେବେ ଗଣେଷ ବିସର୍ଜନ ସମୟରେ ଶିବରାଜଙ୍କ ସ୍ୱାଗତ ପାଇଁ ଏଭଳି ପୋଷ୍ଟର ଲାଗିଥିବା କୁହାଯାଉଛି । କିନ୍ତୁ ଏହାକୁ ବିିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ବିରୋଧ କରାଯାିଛି । ଏଥିସହ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି । ଗତ କିଛି ଦିନ ତଳେ ଭୋପାଳରେ କଂଗ୍ରେସ ପକ୍ଷରୁ ଆୟୋଜିତ ରୋଡ ଶୋରେ ରାହୁଲ ଗାନ୍ଧିଙ୍କୁ ଶିବଭକ୍ତ ବୋଲି ଦର୍ଶାଯାଇଥିଲା । ଏବଂ ପୋଷ୍ଟର ଲଗାଯାଇଥିଲା ।