ଆସନ୍ତାକାଲି ବିଜେପି ଜାରି କରିପାରେ ପ୍ରଥମ ତାଲିକା । ମୋଦି–ରାଜନାଥଙ୍କ ନିର୍ବାଚନୀ ମଣ୍ଡଳୀରୁ ଘୋଷଣା ସମ୍ଭାବନା

200

କନକ ବ୍ୟୁରୋ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର କିଛି ଦିନ ବାକି ରଖିଛି । ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳମାନେ ନିଜ ନିଜର ପ୍ରାର୍ଥୀମାନଙ୍କର ତାଲିକା ଘୋଷଣା କରିବା ଏକପ୍ରକାରେ ଆରମ୍ଭ କରିଦେଲେଣି । ତେବେ ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ମଧ୍ୟ ଆସନ୍ତା କାଲି ନିଜ ପ୍ରାର୍ଥୀମାନଙ୍କର ତାଲିକା ଘୋଷଣା କରିପାରେ ବୋଲି ଖବର ଆସିଛି । ଭାରତୀୟ ଜନତା ପାର୍ଟି ନିଜର ପ୍ରଥମ ତାଲିକାରେ ହିଁ ପ୍ରଧାମନ୍ତ୍ରୀ ମୋଦିଙ୍କ ସଂସଦୀୟ ଆସନର ଘୋଷଣା କରିପାରେ । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରୁ ନିର୍ବାଚନ ଲଢିଥିଲେ ଏବଂ ପ୍ରଧାନମନ୍ତ୍ରୀ ଗାଦି ଅଳଙ୍କୃତ କରିଥିଲେ ।

ଆସନ୍ତାକାଲି ସଂଧ୍ୟାରେ ଭାରତୀୟ ଜନତା ପାର୍ଟିର ବଡ ବୈଠକ ଅନୁଷ୍ଠିତ ହେବ । ତେବେ ବିଜେପିର ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇପାରନ୍ତି । ଆଶା କରାଯାଉଛି କି, ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ହିଁ ୧୦୦ ପ୍ରାର୍ଥୀଙ୍କର ତାଲିକ ଜାରି କରିପାରେ । କୁହାଯାଉଛି କି, ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡକରୀ, ସଦାନନ୍ଦ ଗୌଡା, ରାଧାମୋହନ ସିଂହଙ୍କର ଆସନରୁ ଘୋଷଣା ହୋଇପାରେ ।

ଏଠାରେ ଆମେ କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ବାରଣାସୀରୁ ସାଂସଦ ଅଛନ୍ତି, ଗତ କିଛି ଦିନ ହେଲା ଏଭଳି ଚର୍ଚ୍ଚା ହେଉଥିଲା କି ମୋଦି ପୁରୀରୁ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବି ନିର୍ବାଚନ ଲଢିପାରନ୍ତି । ଯଦିଓ ଏନେଇ ସେଭଳି କୌଣସି ଠୋସ୍ ପ୍ରମାଣ ମିଳିପାରିନାହିଁ ତେବେ ୨୦୧୪ରେ ପ୍ରଧାନମନ୍ତ୍ରୀ ବାରଣାସୀ ବ୍ୟତୀତ ଗୁଜୁରାଟର ବଡୋଦରାରୁ ବି ନିର୍ବାଚନ ଲଢିଥିଲେ ଏବଂ ଉଭୟ ଯାକ ଆସନରୁ ସେ ବିଜୟ ମଧ୍ୟ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ବଡୋଦରା ଆସନ ଛାଡି ଦେଇଥିଲେ ।

ଏପ୍ରିଲ ୧୧ରେ ଲୋକସଭା ନିର୍ବାଚନର ପ୍ରଥମ ଚରଣରେ ମୋଟ୍ ୯୧ଟି ଆସନରେ ନିର୍ବାଚନ ହେବ । ଯେଉଁଥିପାଇଁ ବିଜେପି ନିଜର ଆଶାୟୀପ୍ରାର୍ଥୀଙ୍କର ନାଁ ଘୋଷଣା କରିବା ବାକି ରହିଛି । ତେବେ ପ୍ରଥମ ଚରଣରେ ଉତର ପ୍ରଦେଶର ବି ୮ଟି ଆସନ ରହିଛି । ଯେଉଁଥି ପାଇଁ ଉଭୟ ସାମଜବାଦୀ ପାର୍ଟି ଏବଂ କଂଗ୍ରେସ ଏଯାବତ୍ ନିଜର ଅନେକ ଆଶାୟୀପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲେଣି ।