ଲୋକସଭା ନିର୍ବାଚନ ୨୦୧୯: ପ୍ରଥମରୁ ଏନଡିଏର ପଲ୍ଲା ଭାରି, କଡା ସୁରକ୍ଷା ବଳୟରେ ଚାଲିଛି ଭୋଟ ଗଣତି

158

କନକ ବ୍ୟୁରୋ: କଡା ସୁରକ୍ଷା ବଳୟ ଭିତରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି ପ୍ରକ୍ରିୟା । ତେବେ  ପ୍ରଥମରୁ ୟୁପିଏଠାରୁ ବହୁ ଆଗରେ ରହିଛି ଏନଡି।  ୫୪୨ ଲୋକସଭା ଆସନରେ ସକାଳ ସାଢେ ୮ଟା ସୁଦ୍ଧା ଏନଡିଏ ୧୧୯ଟି ସିଟରେ ଆଗୁଆ ରହିଥିବା ବେଳେ ୟୁପିଏ ୪୨ ଏବଂ ଅନ୍ୟାନ୍ୟ ୩୭ଟି ସିଟରେ ଆଗୁଆରେ ଅଛନ୍ତି ।

ଦେଶର ୪ ହଜାର କେନ୍ଦ୍ରରେ ଚାଲିଛି ମତଗଣନା । ପୋଷ୍ଟାଲ ବାଲାଟ୍ ଗଣତି ପରେ ଆରମ୍ଭ ହେବ ଇଭିଏମରେ ଭୋଟ୍ ଗଣତି । ପୋଷ୍ଟାଲ ବାଲାଟ୍ ଗଣତିରେ ବିଜେପି ଓ ମେଣ୍ଟ ଦଳ ଆଗୁଆ ରହିଛି।