୧୯ କୁରୁକ୍ଷେତ୍ରର ମହାନିର୍ଣ୍ଣୟ । ଦିନ ୧୨ଟା ସୁଦ୍ଧା ଉତ୍ତରାଖଣ୍ଡର ସମସ୍ତ ଲୋକସଭା ଆସନରେ ବିଜେପି ଆଗୁଆ ।

64

କନକ ବ୍ୟୁରୋ : ୧୯ ଯୁଦ୍ଧର ଆଜି ହେଉଛି ମହାନିର୍ଣ୍ଣୟ । କାହା ସପକ୍ଷରେ ଯିବ ଜନାଦେଶ, ଚାଲିଛି ଭୋଟଗଣନା । ତେବେ ଦିନ ୧୨ଟା ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ସମସ୍ତ ୫ଟି ଲୋକସଭା ଆସନରେ ବିଜେପି ଆଗୁଆ ରହିଛି । ସେହିପରି ଯଦି ସମସ୍ତ ଦେଶର ଆସନ କଥା କହିବା, ତେବେ ଦିନ ୧୨ଟା ସୁଦ୍ଧା ଯେଉଁ ଟ୍ରେଣ୍ଡ ରହିଛି ସେଥିରେ ବିଜେପି ୩୪୦ଟି ଲୋକସଭା ଆସନରେ ଆଗରେ ରହିଛି ।