ମଧ୍ୟପ୍ରଦେଶରେ ବଢୁଛି ବିଜେପିର ଅଙ୍କ । ଟ୍ରେଣ୍ଟି ରିପୋର୍ଟ ଅନୁଯାୟୀ, ୨୯ ରୁ ୨୮ ଆସନରେ କଂଗ୍ରେସକୁ ପଛରେ ପକାଇ ଆଗରେ ବିଜେପି ।

77

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କଂଗ୍ରେସକୁ ଲାଗିବ କି ବଡ ଝଟକା ? ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ୨୮ଟି ଆସନରେ ବର୍ତ୍ତମାନ ସୁଦ୍ଧା ଆଗରେ ରହିଛି ଭାରତୀୟ ଜନତା ପାର୍ଟି । କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗରେ ରହିଛି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରସକୁ ମିଳିଥିଲା ବଡ ସଫଳତା । ବିଏସପି ସହାୟତାରେ ଏଠାରେ ସରକାର ମଧ୍ୟ ଗଢିଥିଲା କଂଗ୍ରେସ । ତେବେ କୁହାଯାଉଥିଲା, ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଯେଉଁ ସଫଳତା ମିଳିଥିଲା, ଲୋକସଭା ଆସନରେ ମଧ୍ୟ ତାର ପୁନରାବୃତ୍ତି ଦେଖିବାକୁ ମିଳିପାରେ । କିନ୍ତୁ ବର୍ତ୍ତମାନର ଚିତ୍ର ଯାହା କହୁଛି, ମଧ୍ୟପ୍ରଦେଶରେ କଂଗ୍ରେସକୁ ଲାଗିପାରେ ବଡ ଝଟକା । କାରଣ ସମସ୍ତ ୨୯ଟି ଆସନରୁ ୨୮ଟି ଆସନରେ ଆଗରେ ରହିଛି ବିଜେପି ।