ବିଜେପି ଗାଇଲା ବିଜୁ ମନ୍ତ୍ର ! ହେଲେ ମୋଦି ସରକାରକୁ ଟାର୍ଗେଟ୍ କଲେ ନବୀନ

36

କନକ ବ୍ୟୁରୋ : ବିଜେପି ଗାଇଲା ବିଜୁମନ୍ତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଓଡିଆରେ କଲେ ଟ୍ୱିଟ୍ । ତାଙ୍କ ସହ ଧର୍ମେନ୍ଦ୍ର ଓ ଜୁଏଲଙ୍କ ପରି ବହୁ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଟ୍ୱିଟ୍ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ଏପଟେ ସାରା ରାଜ୍ୟରେ ବଡ ବଡ କାର୍ଯ୍ୟକ୍ରମରେ ପାଳିତ ହୋଇଛି ବିଜୁ ଶତବାର୍ଷିକୀ । କିନ୍ତୁ ନବୀନ ଏହି ଅବସରରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ମୋଦି ସରକାର ଗୋଟିଏ ପରେ ଗୋଟିଏ ଯୋଜନା ବନ୍ଦ କରିଦେଇଛନ୍ତି ।

ଓଡିଶା ରାଜନୀତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମହତ୍ୱ ଏହି ଟୁଟ୍ରୁ ଅନୁମାନ କରିପାରିବେ । ତେବେ ଓଡିଆ ଲୋକଙ୍କ ବିଜୁ ବାବୁଙ୍କ ପ୍ରତି ସମ୍ମାନବୋଧ ହେଉ କିମ୍ବା ଓଡିଶା ରାଜନୀତିରେ ଏହାର ଆବଶ୍ୟକତା ହେଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଆରେ ବିଜୁବାବୁଙ୍କ ପ୍ରତି ଟ୍ୱିଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୋଦି କହିଛନ୍ତି ,ଆଦରଣୀୟ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ । କେବଳ ମୋଦି ନୁହଁନ୍ତି , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ, ନିର୍ମଲା ସୀତାରମଣ ଏହଂ ସୁରେଶ ପ୍ରଭୁ ପରି ଅନେକ ବରିଷ୍ଠ ବିଜେପି ନେତା ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ତେବେ, ସେପଟେ ଭୁବନେଶ୍ୱରର ବିଜେଡି କାର୍ଯ୍ୟାଳୟରେ ବିଜୁ ଜନ୍ମ ଶତବାର୍ଷିକୀରେ ନବୀନ ଟାର୍ଗେଟ କରିଛନ୍ତି ମୋଦିଙ୍କୁ । କହିଛନ୍ତି କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ଯୋଜନା କାଟି ଚାଲିଛନ୍ତି କିନ୍ତୁ ବିଜେଡି ସରକାର ନିଜ ଖର୍ଚ୍ଚରେ ସେସବୁ ଯୋଜନା ଚାଲୁ ରଖିବେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-