୨୦୧୯ ନିର୍ବଚାନ ପାଇଁ ବିଜେପିର ରଣନୀତି : ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ନେତୃତ୍ୱରେ ଦିଲ୍ଲୀରେ ବୈଠକ

19

କନକ ବ୍ୟୁରୋ : ୨୦୧୯ ନିର୍ବଚାନ ପାଇଁ ରଣନୀତି ଆରମ୍ଭ କରିଦେଇଛି ବିଜେପି । ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ନେତୃତ୍ୱରେ ଚାଲିଛି ବୈଠକ । ଏହି ବୈଠକରେ ସାମିଲ ହୋଇଛନ୍ତି ସଜ୍ଜନ ଶର୍ମା, ଲେଖାଶ୍ରୀ ସାମନ୍ତସିଂହାର ଓ ଗୋଲକ ମହାପାତ୍ରଙ୍କ ସମେତ ୧୧ ଜଣିଆ ଟିମ୍ ।

ଆସନ୍ତା ମାସରେ ଅମିତ ଶାହା ୩ ଦିନିଆ ଗସ୍ତରେ ଓଡ଼ିଶା ଆସୁଥିବାରୁ ଏହି ବୈଠକ ବେଶ ଗୁରୁତ୍ୱ ରଖୁଥିବା ନେଇ ଚର୍ଚ୍ଚା ହେଉଛି ।  ବିଶେଷ କରି ଓଡ଼ିଶାର ବୁଥ୍ ସ୍ତରକୁ ପହଂଚିବା ପାଇଁ ଲକ୍ଷ୍ୟ ରଖିଥିବାରୁ ଏହି ବୈଠକରେ ଏନେଇ ଆଲୋଚନା ହେଉଥିବା ନେଇ ସୂଚନା ରହିଛି । ଆସନ୍ତା ମାସରେ ୩ ଦିନିଆ ଗସ୍ତରେ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ୩ଟି ଜିଲ୍ଲା ଗସ୍ତ କରିବେ । ଯେଉଁଠି ସେ ବିଜେପିର ତୃଣମୂଳସ୍ତରରେ କାମ କରୁଥିବା ନେତା ଓ କର୍ମୀଙ୍କୁ ଭୋଟି ମୋଦିଙ୍କ ମନ୍ତ୍ରୀ ଗାଁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ବାର୍ତା ଦେବେ ।